ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଖଇରା,୨୫।୩(ଡି.ଏନ.ଏ): ବାଲେଶ୍ବର ଜିଲା ଖଇରା ବ୍ଲକ ଗଡପୋଖରୀ ଗ୍ରାମ ପଞ୍ଚାୟତ ଅଧୀନ ଗୁଆପାଳ ଗ୍ରାମରେ ବୁଧବାର ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ କାହ୍ନୁ ନାଇକଙ୍କର ୩ ବଖରା ବାସଗୃହ ପୋଡି ନଷ୍ଟ ହୋଇଯାଇଛି ା କେବଳ ଘର ତିଆରି ପାଇଁ ରଖାଯାଇଥିବା ନଗଦ ୮୦ ହଜାର ପୋଡି ଯାଇଥିବା ବେଳେ ନଷ୍ଟ ହୋଇ ଯାଇଥିବା ସମ୍ପତ୍ତିର ଆନୁମାନିକ ମୂଲ୍ୟ ୩ ଲକ୍ଷରୁ ଉର୍ଦ୍ଧ ହେବ ବୋଲି କୁହାଯାଉଛି ା ପରିବାର ଲୋକେ ଯାତ୍ରା ଦେଖିବାକୁ ଯାଇଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିଲା। ଖବର ପାଇ ଖଇରା ଦମକଳ କେନ୍ଦ୍ରର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ା