ପୂର୍ବ ଶତ୍ରୁତାରୁ ବିଭତ୍ସ ହତ୍ୟାକାଣ୍ଡ: ଅଙ୍ଗନଓ୍ବାଡି କେନ୍ଦ୍ର ପଛପଟେ ପଡ଼ିଛି ରକ୍ତ ଭିଜା ମୃତଦେହ

ସୋନପୁର/ତରଭା,୨୧।୧୧(ନି.ପ୍ର./ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ତରଭା ଥାନା ଅନ୍ତର୍ଗତ ଦଇତପୁର ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । କଟାପାଲି ପଞ୍ଚାୟତ ଅରଖାପଦର ଗାଁର ପିତାମ୍ବର ମହାକୁର(୪୫)ଙ୍କୁ ଦଇତପୁର ଅଙ୍ଗନଓ୍ବାଡି କେନ୍ଦ୍ର ପଛପଟେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିେଯୋଗ କରିଛନ୍ତି। ପିତାମ୍ବରଙ୍କ ଦୁଇ ହାତକୁ ଧାରୁଆ ଅସ୍ତ୍ରରେ କାଟି ଦିଆଯାଇଛି । ସେହିପରି ମୁଣ୍ଡରେ ଆଘାତ ଲାଗିଛି। ପୂର୍ବ ଶତ୍ରୁତା କାରଣରୁ ତାଙ୍କୁ ହତ୍ୟା କରା ଯାଇଥିବା ସନ୍ଦେହ କରାଯାଉଛି ।
ଶନିବାର ସକାଳେ ଏ ସମ୍ପର୍କରେ ଜଣା ପଡ଼ିବା ପରେ ତରଭା ଆଇଆଇସି ଡୋଳାମଣି ଭୋଇ ପୋଲିସ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ବଲାଙ୍ଗୀରରୁ ସାଇଣ୍ଟିଫିକ୍‌ ଟିମକୁ ଡକା ଯାଇଛି । ପୋଲିସ ତଦନ୍ତ ଜାରି ରଖିଛି।

Share