କାବୁଲ ବିମାନବନ୍ଦରରେ ଭୟଙ୍କର ପରିସ୍ଥିତି

କାବୁଲ,୧୬।୮: ଆଫଗାନିସ୍ତାନକୁ ତାଲିବାନ ଦଖଲ କରି ନେବାପରେ ଦେଶରେ ପରିସ୍ଥିତି ଭୟଙ୍କର ରହିଛି। ଲୋକମାନେ କୌଣସି ଜିନିଷ ନ ନେଇ ଦେଶ ଛାଡି ପଳାଉଛନ୍ତି। ଅନ୍ୟପକ୍ଷରେ କାବୁଲ ବିମାନବନ୍ଦରରେ ବହୁ ସଂଖ୍ୟାରେ ଜନସମାଗମ ହୋଇଛି। ଏହି କାରଣରୁ ସେଠାରେ ଦଳଚକଡା ପରିସ୍ଥିତି ସୃଷ୍ଟି ହୋଇଛି। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ମଝିରେ ମଝିରେ ଆମେରିକା ସୈନ୍ୟ ଆକାଶମାର୍ଗରୁ ଗୁଳିବର୍ଷଣ କରୁଛନ୍ତି। ଆଫଗାନିସ୍ତାନରୁ ଆମେରିକା ନିଜ ଦେଶର ନାଗରିକ ତଥା ସହଯୋଗୀଙ୍କୁ ନିରାପଦ ସ୍ଥାନକୁ ନେବା ପାଇଁ କାବୁଲ ବିମାନବନ୍ଦରରେ ୬,୦୦୦ ସୈନ୍ୟ ନିଯୁକ୍ତ କରିଛି। ତେବେ ହଠାତ୍‌ କାବୁଲ ବିମାନବନ୍ଦରକୁ ତାଲିବାନ ନିଜ ଅକ୍ତିଆରକୁ ନେବା ପରେ ପରିସ୍ଥିତି ଭୟାବହ ହୋଇଛି।

Share