ଭୟଙ୍କର ସ୍ଥିତି ଆସିବ ଜୁନ୍‌ରେ: ଦିନକୁ ମୃତ୍ୟୁ ସଂଖ୍ୟା ୨୫୦୦ ଛୁଇଁବା ଆଶଙ୍କା…

ନୂଆଦିଲ୍ଲୀ,୧୭।୪: କରୋନା ସଂକ୍ରମଣ ନେଇ ଦେଶରେ ଆତଙ୍କ ଦେଖାଦେଇଛି। ଆଗକୁ ଭାରତରେ ସ୍ଥିତି ଅଧିକ ସଙ୍କଟ ଜନକ ହେବ ବୋଲି ଲାସେଣ୍ଟ୍‌ ପତ୍ରିକାରେ ଏକ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଜୁନ୍‌ ବେଳକୁ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୨୫୦୦ ଛୁଇଁବାର ଆଶଙ୍କା ରହିଛି। ଆଗକୁ ଏହା ପ୍ରତିଦିନ ୧୭୫୦ ଛୁଇଁବ। ପରବର୍ତ୍ତୀ ସମୟରେ ଦିନକୁ ୨୩୨୦ରେ ପହଞ୍ଚିବ। ଦ୍ୱିତୀୟ ଏବଂ ତୃତୀୟ ଶ୍ରେଣୀ ସହରରେ କରୋନା ସ୍ଥିତି ଅସମ୍ଭାଳ ହେବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ୧୦ ଲକ୍ଷ ଅବା ଏହାଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରରେ କରୋନାର ଦ୍ୱିତୀୟ ଲହରରେ ଆତଙ୍କ ସୃଷ୍ଟି ହୋଇଛି। ଭାରତରେ ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ ମୃତ୍ୟୁ ସଂଖ୍ୟା ଗ୍ରାଫ୍‌ ମଧ୍ୟ ଉପରମୁହାଁ ହେବାରେ ଲାଗିଥିବା ରିପୋର୍ଟରେ ଦର୍ଶାଯାଇଛି।

Share