Categories: ଫୁରସତ

ଭୟଙ୍କର ଷ୍ଟଣ୍ଟ

ମୁମ୍ବାଇ: ଲୋକମାନେ ଭାଇରାଲ ହେବା ପାଇଁ ସୋସିଆଲ ମିଡ଼ିଆରେ ବିଭିନ୍ନ ପ୍ରକାର ଭିଡିଓ ଅପ୍‌ଲୋଡ଼ କରୁଛନ୍ତି। ପପୁଲାର ହେବା ପାଇଁ ବିପଜ୍ଜନକ ଷ୍ଟଣ୍ଟ ଦେଖାଉଛନ୍ତି। ଯାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି। ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ଯୁବତୀ ରାସ୍ତାରେ ଭୟଙ୍କର ଷ୍ଟଣ୍ଟ ଦେଖାଉଛନ୍ତି। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ଯୁବତୀଙ୍କ ଷ୍ଟଣ୍ଟ ବେଳେ ଜଣେ ସାଇକେଲଆରୋହୀ ତାଙ୍କ ଉପର ଦେଇ ଯାଉଥିବାର ଦେଖାଯାଉଛି। ଇନ୍‌ଷ୍ଟାଗ୍ରାମର @yusufbmx ନାମକ ଏହି ହ୍ୟାଣ୍ଡଲ୍‌ରେ ଭିଡିଓଟି ଶେୟାର କରାଯାଇଛି। ଏଥିରେ ଜଣେ ଯୁବତୀ ରାସ୍ତାରେ ଏଭଳି ଷ୍ଟଣ୍ଟ କରୁଛନ୍ତି, ତାହା ଆପଣ ପୂର୍ବରୁ କେବେ ଦେଖି ନ ଥିବେ। ଯୁବତୀ ଜଣକ ମୁଣ୍ଡ ତଳକୁ କରି ଦୁଇ ଗୋଡ଼କୁ ୧୮୦ ଡିଗ୍ରୀ ଆଙ୍ଗେଲ୍‌ରେ ରଖିଛନ୍ତି। ତା’ପରେ ଜଣେ ଯୁବକ ସାଇକେଲ ଚଳାଇ ଯୁବତୀଙ୍କ ଉପରକୁ ଲମ୍ପ ପ୍ରଦାନ କରି ଷ୍ଟଣ୍ଟ ଦେଖାଉଛନ୍ତି। ଏହି ଭିଡିଓଟି ସୋସିଆଲ ମିଡ଼ିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

Share