ପୁଣି ଆତଙ୍କ, ଦେଶରେ ୭୩ ଛୁଇଁଲା ଓମିକ୍ରନ୍‌ ଆକ୍ରାନ୍ତ…

ନୂଆଦିଲ୍ଲୀ,୧୬।୧୨: ଦେଶରେ କରୋନାର ନୂଆ ଭାରିଆଣ୍ଟ୍‌ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ମହାରାଷ୍ଟ୍ର ଏବଂ କେରଳରେ ୪ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଫଳରେ ଦେଶରେ ଓମିକ୍ରନଙ୍କ ସଂଖ୍ୟା ୭୩କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ରରେ ୩୨ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।

ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ଭିରୋଲୋଜିର ରିପୋର୍ଟ ଅନୁଯାୟୀ କେତେକ ରୋଗୀଙ୍କଠାରେ କୌଣସି ପ୍ରକାରର ଲକ୍ଷଣ ଦେଖାଯାଇ ନାହିଁ। ଓମିକ୍ରନ ଦ୍ୱାରା ପଶ୍ଚିମବଙ୍ଗର ମୁର୍ସିଦାବାଦରେ ୭ ବର୍ଷର ଶିଶୁ ଆକ୍ରାନ୍ତ ହୋଇଛନ୍ତି। ଇତିମଧ୍ୟରେ ଓମିକ୍ରନ, ୭୭ ଟି ଦେଶରେ ବ୍ୟାପିଛି। ୟୁରୋପୀୟ ୟୁନିଅନ କହିଛି ଯେ, ଜାନୁଆରୀ ମଧ୍ୟଭାଗରେ ଓମିକ୍ରନ ୟୁରୋପରେ ବ୍ୟାପିବାର ଆଶଙ୍କା ରହିଛି।

Share