Posted inଜାତୀୟ

ଦିନକରେ ୨ ଆତଙ୍କବାଦୀ ଆକ୍ରମଣ: ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା

ଶ୍ରୀନଗର,୨।୬: ଜମ୍ମୁ-କଶ୍ମୀରରେ ଗତ କିଛି ଦିନରୁ ଲଗାତର ଭାବେ ଟାର୍ଗେଟ କିଲିଂ ଜାରି ରହିଛି। ଆତଙ୍କବାଦୀମାନେ ସାଧାରଣ ନାଗରିକ ଓ କଶ୍ମୀର ପଣ୍ଡିତଙ୍କୁ ଟାର୍ଗେଟ କରିଛନ୍ତି। ଇତିମଧ୍ୟରେ ଗୁରୁବାର କୁଲଗାମରେ ବ୍ୟାଙ୍କ ମ୍ୟାନେଜରଙ୍କ ହତ୍ୟା ଘଟଣାର ୧୨ଘଣ୍ଟା ନ ପୁରୁଣୁ ବଡ଼ଗାମରେ ଆଉ ଜଣେ ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହି ଘଟଣା ପରେ କଶ୍ମୀରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ସାଧାରଣ ଜନତା ଆତଙ୍କିତ ହୋଇପଡ଼ିଛନ୍ତି। ଏଭଳି ସ୍ଥିତିରେ କଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯିବାକୁ ଦାବି ହୋଇଛି। ସୂଚନାଯୋଗ୍ୟ, ବଡ଼ଗାମ ମଗରେପୋରାର ଚଡ଼ୁରା ଅଞ୍ଚଳରେ ଥିବା ଏକ ଇଟା ଭାଟିରେ କାମ କରୁଥିବା ପ୍ରବାସୀ ଶ୍ରମିକଙ୍କ ଉପରେ କିଛି ଆତଙ୍କବାଦୀ ଆଖିବୁଜା ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣକ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ବିହାରର ଦିଲଖୁସ୍‌। ଅନ୍ୟପଟେ ଗୁରୁତର ଆହତଙ୍କୁ ଶ୍ରୀନଗର ସ୍ଥିତ ଏସ୍‌ଏମ୍‌ଏଚ୍‌ଏସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ବି ଆସେ ମୃତ୍ୟୁ: ସ୍କୁଲରେ ହେଲା ହୃଦ୍‌ଘାତ, ୮ ସେକେଣ୍ଡ ମଧ୍ୟରେ ଚାଲିଗଲା ୩ୟ ଶ୍ରେଣୀ ଛାତ୍ରୀଙ୍କ ଜୀବନ

ଅହମ୍ମଦାବାଦ,୧୦।୧: ଗୁଜରାଟର ଅହମ୍ମଦାବାଦରେ ଏକ ଦୁଃଖଦ ଘଟଣା ଘଟିଛି। ସ୍କୁଲ ପରିସରରେ ଜଣେ ଛାତ୍ରୀ ହୃଦଘାତରେ ପ୍ରାଣ ହରାଇଛନ୍ତି। ଏହାର ସିସିଟିଭି ଫୁଟେଜ୍‌ ସାମ୍ନାକୁ ଆସିବା...

ଆଶ୍ଚର୍ଯ୍ୟ, ହେଲମେଟ ନ ପିନ୍ଧି ଚାଲିବାରୁ ବ୍ୟକ୍ତିଙ୍କର ୩୦୦ ଟଙ୍କା ପୋଲିସ କାଟିଲା ଜୋରିମାନା

ମଧ୍ୟପ୍ରଦେଶ,୧୦।୧: ମଧ୍ୟପ୍ରଦେଶ ପନ୍ନା ଜିଲାରୁ ଏକ ଅଜବ-ଗଜବ ମାମଲା ସାମ୍ନାକୁ ଆସିଛି। ରାସ୍ତାରେ ଚାଲି ଚାଲି ଯାଉଥିବା ଜଣେ ବ୍ୟକ୍ତି ହେଲମେଟ ନ ପିନ୍ଧିଥିବାରୁ ପୋଲିସ...

କେନ୍ଦ୍ର ସରକାରଙ୍କ ସହ ମିଶି କାମ କରିବାକୁ ରାଜି ହେଲେ ହେମନ୍ତ ସୋରେନ

ରାଞ୍ଚି,୧୦।୧: ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ କେନ୍ଦ୍ର କୋଇଲା ଏବଂ ଖଣି ମନ୍ତ୍ରୀ ଜି. କିଶନ ରେଡ୍ଡୀଙ୍କ ଉପସ୍ଥିତିରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ଏକ ବୈଠକରେ, ମୁଖ୍ୟମନ୍ତ୍ରୀ...

କିଏ ସେହି ବ୍ୟକ୍ତି ଯିଏ ପ୍ରଧାନମନ୍ତ୍ରୀଙ୍କୁ ତୁ ବୋଲି ସମ୍ବୋଧନ କରନ୍ତି, ମୋଦି କହିଲେ ଏବେ ଏମିତି ମୋତେ ଡାକିବାକୁ କେହି…

ନୂଆଦିଲ୍ଲୀ,୧୦ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ପଡ୍‌କାଷ୍ଟରେ ତାଙ୍କ ପିଲାଦିନ ଏବଂ ପିଲାଦିନର ବନ୍ଧୁମାନଙ୍କ ବିଷୟରେ କିଛି କଥା ଶେୟାର କରିଛନ୍ତି। ସେ କହିଛନ୍ତି, ଏବେ...

ଉଦ୍‌ଯାପନୀ ସମାରୋହରେ ପ୍ରବାସୀ ଭାରତୀୟଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି

ଭୁବନେଶ୍ୱର,୧୦।୧: ତିନି ଦିନ ଧରି ଚାଳିଥିବା ପ୍ରବାସୀ ଭାରତୀୟ ଦିବସର ଶୁକ୍ରବାର ଉଦ୍‌ଯାପନୀ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେଇ ପ୍ରବାସୀ ଭାରତୀୟଙ୍କୁ ସମ୍ମାନିତ କରିଛନ୍ତି।...

ଦ୍ୱିତୀୟ ଇନିଂସ ଆରମ୍ଭ କଲେ ରଘୁବର, ସକ୍ରିୟ ରାଜନୀତିକୁ ଫେରିଲେ ଓଡ଼ିଶାର ପୂର୍ବତନ ରାଜ୍ୟପାଳ

ରାଞ୍ଚି,୧୦।୧: ସମ୍ପ୍ରତି ଓଡ଼ିଶାର ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିବା ରଘୁବର ଦାସ ଆନୁଷ୍ଠାନିକ ଭାବରେ ସକ୍ରିୟ ରାଜନୀତିରେ ତାଙ୍କର ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି। ସେ...

ଦେଶରେ ବଢୁଛି HMPV ସଂକ୍ରମିତଙ୍କ ସଂଖ୍ୟା, ୮ ବର୍ଷର ଶିଶୁଙ୍କ ନମୁନା ପଜିଟିଭ

ହିମ୍ମତନଗର,୧୦।୧: ଦେଶରେ ମାନବ ମେଟାପନ୍ୟୁମୋଭାଇରସ (HMPV) ମାମଲା ନିରନ୍ତର ବୃଦ୍ଧି ପାଉଛି। ଗୁଜୁରାଟର ସାବରକଣ୍ଠାରେ ଜଣେ ୮ ବର୍ଷର ଶିଶୁ HMPV ରେ ସଂକ୍ରମିତ ହୋଇଥିବା...

ୟୁପିରେ ଚାଞ୍ଚଲ୍ୟ: ମା’ ବାପାଙ୍କ ସହ ୩ ଶିଶୁଙ୍କୁ ହତ୍ୟା

ମିରଟ,୧୦।୧: ଉତ୍ତରପ୍ରଦେଶର ମିରଟରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ପରିବାରର ୫ ସଦସ୍ୟଙ୍କ ମୃତଦେହ ବେଡବକ୍ସରୁ ପୋଲିସ ଜବତ କରିଛି। ଦମ୍ପତିଙ୍କ ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri