ଉପ ବାଚସ୍ପତିଙ୍କ ଘର ଆଗରେ ଖଣ୍ଡା ବୁଲାଇ ଆତଙ୍କ

ଅନୁଗୋଳ,୨୬।୭(ଅମିତ କୁମାର ସାମଲ): ଓଡ଼ିଶା ବିଧାନସଭାର ଉପ ବାଚସ୍ପତି ତଥା ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହଙ୍କ ଗୋତମରା ବାସଭବନ ଆଗରେ ମଙ୍ଗଳବାର ୨ ଜଣ ଯୁବକ ଆତଙ୍କ ଖେଳାଇଥିବା ଅଭିଯୋଗ ହୋଇଛି। ସେମାନେ ଖଣ୍ଡା ବୁଲାଇବା ସହ ଗାଳିଗୁଲଜ କରିଥିବା ଅଭିଯୋଗରେ ଦର୍ଶାଯାଇଛି। ଏପରି କି ସମ୍ପୃକ୍ତ ଯୁବକଙ୍କୁ ରୋକିବାକୁ ଆସିଥିବା ବଅଁରପାଳ ଥାନାର ୨ ଜଣ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ଏ ନେଇ ଉପବାଚସ୍ପତିଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯିବା ପରେ ପୋଲିସ ସମ୍ପୃକ୍ତ ୨ ଯୁବକଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି।