Categories: ଜାତୀୟ

‘ମୁଁ ଭିକ ମାଗିବି ନାହିଁ’, ଯାହା ଦଣ୍ଡ ଦେବାର ଅଛି ଦିଅ: ୟାସିନ ମଲିକ

ନୂଆଦିଲ୍ଲୀ,୨୫ ।୫: କଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକଙ୍କ ସଜା ଉପରେ ବୁଧବାର ଶୁଣାଣି ହେବ । ଏନଆଇଏର ବିଶେଷ କୋର୍ଟରେ ଏହାର ସଜା ସ୍ଥିର କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଏହି ମାମଲାର ଶୁଣାଣି ସମୟରେ ୟାସିନ ମଲିକ କହିଥିଲେ, ମୁଁ ଆପଣଙ୍କ ନିକଟରେ କିଛି ଭିକ ମାଗିବି ନାହିଁ, ଆପଣଙ୍କୁ ଯାହା ଠିକ୍ ଲାଗୁଛି ସେହି ଦଣ୍ଡ ମୋତେ ଦିଅନ୍ତୁ, ସେଥିପାଇଁ ମୁଁ ରାଜି ।’
ସୂଚନାଯୋଗ୍ୟ, ଯେଉଁ ଧାରାରେ ୟାସିନ ମଲିକଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି ସେଥିରେ ଅତିକମରେ ଆଜିବନ ଜେଲ ଯିବାର ବ୍ୟବସ୍ଥା ରହିଛି । ୟାସିନ କହିଛନ୍ତି ବୁରହାନ ୱାନିଙ୍କୁ ମାରିବା ପରେ ମୁଁ ସବୁବେଳେ ଜେଲରେ ରହୁଥିଲି । ହେଲେ ମୋ ବିରାଧରେ ଏମିତି ଅଭିଯୋଗ କିପରି ହେଉଛି । ଏହାପରେ କୋର୍ଟ କହିଥିଲେ ଏବେ ତାହା ଆଲୋଚନା କରିବାର ସମୟ ନୁହେଁ । ମୁଁ ଆପଣଙ୍କୁ କୌଣସି ଭିକ ମାଗୁ ନାହିଁ ବୋଲି ୟାସିନ କହିଛନ୍ତି ।

Share