ବୈତରଣୀ କୂଳବର୍ତ୍ତୀ ଗାଁରେ ଆତଙ୍କ

ଯାଜପୁର/ଝୁମ୍ପୁରି/ପ୍ରୀତିପୁର/ଯାଜପୁର ସଦର,୪ା୮(ହର୍ଷବର୍ଦ୍ଧନ ବେହେରା/ସରୋଜ ନାୟକ/ସୁଶାନ୍ତ ବେହୁରା/ସମର ବିଜୟ ଶରଣ) : ଯାଜପୁର ଜିଲା ଦେଇ ପ୍ରବାହିତ ଖରସ୍ରୋତା ଏବଂ ବୈତରଣୀ ଓ ଏହାର ଶାଖା କାଣୀ ନଦୀ କୂଳବର୍ତ୍ତି ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ଜିଲାର ବିଞ୍ଝାରପୁର, ଦଶରଥପୁର, ଯାଜପୁର ଓ କୋରେଇ ବ୍ଲକ ଅଞ୍ଚଳର ୧୫୦ରୁ ଊର୍ଦ୍ଧ୍ୱ ଗାଁ ଜଳଘେରରେ ରହିଛି। ବିଞ୍ଝାରପୁର ବ୍ଲକ ଓଳେଇ ଚନ୍ଦନପୁର ନିକଟ ଖରସ୍ରୋତା ନଦୀବନ୍ଧରେ ଏକ ଘାଈ ସୃଷ୍ଟି ହେବା ଆଶଙ୍କା ଉପୁଜିଛି। ନଦୀବନ୍ଧ ରାସ୍ତା ତଳେ ଥିବା ସ୍ଲୁଇସ ଗେଟ୍‌ ଦବି ଯାଇଥିବାରୁ ବନ୍ଧର ଅର୍ଦ୍ଧାଧିକ ଭାଗ ଭୁଶୁଡି ପଡିଛି। ଏହି ଘଳିଆକୁ ପୋତିବାକୁ ଜଳ ସମ୍ପଦ ବିଭାଗ ପକ୍ଷରୁ ବାଲିବସ୍ତା ପକାଇ ଅଟକାଇବାକୁ ଉଦ୍ୟମ କରାଯାଇଛି। ଏହି ଖବରପାଇ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ପୋଲିସ ଅନୁରୋଧ କରିଛି। ଅନ୍ୟପକ୍ଷେ ବୈତରଣୀର ଶାଖା ବୁଢ଼ା ନଦୀର ବନ୍ୟାଜଳ ରାସ୍ତାରେ ଚାଲିଛି। ସେହି ରାସ୍ତା ଅତିକ୍ରମ କରୁଥିଲା ବେଳେ ଯାଜପୁର ବ୍ଲକ ସମିଳିଆ ପଞ୍ଚାୟତ ଓଲେଇପଡ଼ା ଗ୍ରାମର ଅକ୍ଷୟ କୁମାର ନାୟକ(୪୮)ଙ୍କ ବନ୍ୟାସ୍ରୋତରେ ଭାସିଯାଇ ମୃତ୍ୟୁ ଘଟିଛି।
ଏହା ଚଳିତ ବର୍ଷ ବୈତରଣୀରେ ପ୍ରଥମ ବନ୍ୟା। ଜଳସେଚନ ବିଭାଗ ଯଦିଓ ଏହାଏକ ମଧ୍ୟମ ଧରଣର ବନ୍ୟା ବୋଲି ଆକଳନ କରିଛି, ତଥାପି ପରିସ୍ଥିତି ଉପରେ ଜିଲା ପ୍ରଶାସନ କଡ଼ା ନଜର ରଖିଛି। ଗୁରୁବାର ଅପରାହ୍ନ ୫ଟା ସୁଦ୍ଧା ଆନନ୍ଦପୁରଠାରେ ଜଳପତ୍ତନ ବିପଦ ସଙ୍କେତ (୩୮.୩୬ ମିଟର) ତଳେ (୩୭.୯୫ ମିଟର) ରହିଛି। ଆଖୁଆପଦାଠାରେ ବିପଦ ସଙ୍କେତ (୧୭.୮୩ ମିଟର) ଉପରେ(୧୯.୪୪ ମିଟର) ବନ୍ୟା ଜଳ ବୋହୁଛି। ଏହାବାଦ୍‌ ବଲ୍ଲଭିଘାଟରେ ବିପଦ ସଙ୍କେତ(୧୩.୩୪ ମିଟର) ଉପରେ (୧୪.୨୭ ମିଟର) ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ଦଶରଥପୁରଠାରେ ବିପଦସଙ୍କେତ (୯.୫୨ ମିଟର ) ଉପରେ(୧୨.୦୫ ମିଟର) ବନ୍ୟା ପାଣି ପ୍ରବାହିତ ହେଉଛି। ଗୁରୁବାର ଦିନ ସାରା ବର୍ଷା ହୋଇ ନ ଥିବାରୁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ବନ୍ୟାଜଳ ହ୍ରାସ ପାଇବ ବୋଲି ଅନୁମାନ କରାଯାଇଛି। ଦଶରଥପୁରଠାରେ ବନ୍ୟା ପାଣି ବିପଦସଙ୍କେତଠାରୁ ପାଖାପାଖି ୩ ମିଟର ଉଚ୍ଚରେ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ବନ୍ୟାଜଳ ବଢ଼ିବାର ଆଶଙ୍କା କରାଯାଉଛି। କାଣୀ ନଦୀର ବିଭିନ୍ନ ସ୍ଥାନରେ ବନ୍ୟାଜଳ ବନ୍ଧ ଉପରେ ଚାଲିଛି। ପୂର୍ବରୁ ମୁକୁଳା କଣ୍ଟପଡ଼ା ଘାଇରେ ପ୍ରବଳ ବନ୍ୟାଜଳ ପ୍ରବେଶ କରିଛି। ଯାହାଫଳରେ ମଲ୍ଲିକାପୁର ପଞ୍ଚାୟତର ବୈଷପାନ ଗ୍ରାମ ସମ୍ପୂର୍ଣ୍ଣ ଜଳବନ୍ଦୀରେ ରହିଛି। ୧୦୦ରୁ ଊର୍ଦ୍ଧ୍ୱ ପରିବାର ଜଳବନ୍ଦୀରେ ଥିବାବେଳେ ୩୦ରୁ ଊର୍ଦ୍ଧ୍ୱ ଘରେ ପାଣି ପଶିଯାଇଛି। ବନ୍ୟା ପ୍ରଭାବିତ ଲୋକମାନେ ରୋଷେଇ କରିପାରୁ ନ ଥିବାରୁ ଭୋକ ଉପାସରେ ପଡ଼ି ରହିଛନ୍ତି। ଏବେ ଗାଁ ଦାଣ୍ଡରେ ୩ ଫୁଟ୍‌ ଉଚ୍ଚରେ ବନ୍ୟାଜଳ ଲହଡ଼ି ଭାଙ୍ଗୁଛି। କାଣୀ ନଦୀ ବନ୍ୟାଜଳରେ ମଲ୍ଲିକାପୁର-ପଲ୍ଲାସାହି ରାସ୍ତା ଓ ମଲ୍ଲିକାପୁର ପୋଲ ବୁଡ଼ିବା ସହ ୪ ଫୁଟ୍‌ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି। ଦଶରଥପୁର-ଧୁଷୁରୀ ରାସ୍ତା ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି। ଦଶରଥପୁର ବ୍ଲକ୍‌ର ମଲ୍ଲିକାପୁରଠାରେ ଅବସ୍ଥିତ ଆଦର୍ଶ ବିଦ୍ୟାଳୟ କାଣୀ ନଦୀ ବନ୍ୟାରେ ବୁଡ଼ିରହିଛି। ବିଦ୍ୟାଳୟ ପରିସରରେ ଆଣ୍ଠୁଏ ଉଚ୍ଚରେ ବନ୍ୟାଜଳ ପ୍ରବେଶ କରିଛି। ବ୍ଲକ୍‌ର କସପା, ମଲ୍ଲିକାପୁର, ଦୁଦୁରାଅଣ୍ଟା, ଦତ୍ତପୁର, କୟାଁ, କମାରଡିହ, ଖାନନଗର, ସୁସୁଆ, ନିଜାମପୁର, ମଙ୍ଗଳପୁର, କନିକାପଡ଼ା, ଜୟନ୍ତରା ଓ କଟିକଟା ଆଦି ପଞ୍ଚାୟତରେ ୫୦ରୁ ଉର୍ଦ୍ଧ୍ୱ ଗାଁରେ ପାଣି ମାଡ଼ି ଯାଇଛି। ପ୍ରାୟ ୫ ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ଚାଷ ଜମି ବନ୍ୟା ପାଣି ବୁଡ଼ିରହିଛି। ବ୍ୟାପକ ପରିବା ଫସଲ ନଷ୍ଟ ହୋଇଛି। ବ୍ଲକର ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ସଡ଼କ ଉପରେ ବନ୍ୟାପାଣି ଚାଲିଛି।
ବନ୍ୟା ସ୍ଥିତି ସମୀକ୍ଷା ପାଇଁ ଗୁରୁବାର ପୂର୍ବାହ୍ନରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର, ଜିଲା ବିଜେଡି ସଭାପତି ସରୋଜ କୁମାର ମହାପାତ୍ର, ବିଧାୟକଙ୍କ ପ୍ରତିନିଧି କର୍ଣ୍ଣାଟ କେଶରୀ ଦାସ, ବରିଷ୍ଠ ନେତା ମୁକ୍ତିକାନ୍ତ ପଣ୍ଡା ପ୍ରମୁଖ ପ୍ରଭାବିତ କସପା, ମଲ୍ଲିକାପୁର ପଞ୍ଚାୟତର କାଣୀ ନଦୀର ଦୁର୍ବଳ ବନ୍ଧକୁ ବୁଲି ଦେଖିଥିଲେ। ପରେ କସପା ପଞ୍ଚାୟତ ଅଫିସ୍‌ଠାରେ ବିଧାୟକ ଓ ଜିଲାପାଳ ଏକ ସମୀକ୍ଷା ବୈଠକ କରି ଆବଶ୍ୟକ ବ୍ୟବସ୍ଥା କରାଯିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଳସମ୍ପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଶରତ ଚନ୍ଦ୍ର ଘଡେଇ ଦଶରଥପୁର ବନ୍ୟା ପରିସ୍ଥିତି ଉପରେ ସମ୍ପୂର୍ଣ୍ଣ ନଜର ରଖିବା ସହ ଯେ କୌଣସି ପ୍ରକାର ପରିସ୍ଥିତିକୁ ବିଭାଗ ପକ୍ଷରୁ ମୁକାବିଲା କରାଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ଯାଆଁଳା ଉଉଣୀଙ୍କୁ ଚାପିଦେଲା ଟ୍ରକ, ଆଉ ତା’ପରେ…

ଢେଙ୍କାନାଳ,୨୧।୯: ପୁରୁଣାକଟକ-ସମ୍ବଲପୁର ରାସ୍ତା ଶୁକିଆବାଉତି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ଦୁଇ ଯାଆଁଳା ଉଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଗଞ୍ଜେଇ ଚାଲାଣ ମାମଲାରେ ଜଣେ ମହିଳା ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଜେଲ

ବ୍ରହ୍ମପୁର,୨୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ-୧ ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri