କ୍ୱିଭ୍‌ରେ ଆତଙ୍କ: ଡ୍ରୋନ୍‌ ଦ୍ୱାରା ବୋମା ମାଡ଼…

କ୍ୱିଭ୍‌,୧୭।୧୦ : ରୁଷିା ପୁନର୍ବାର ୟୁକ୍ରେନର ରାଜଧାନୀ କ୍ୱିଭ୍‌ ଉପରେ ଏକ ବଡ଼ ଆକ୍ରମଣ କରିଛି। ଏହି ଆକ୍ରମଣ ଇରାନ ଦ୍ୱାରା ନିର୍ମିତ କାମିକାଜେ ଡ୍ରୋନ ଦ୍ୱାରା କରାଯାଇଛି। ଲଗାତାର ବୋମା ବିସ୍ଫୋରଣରେ କ୍ୱିଭ ସହର କମ୍ପିତ ହୋଇଥିଲା।

କ୍ୱିଭ୍‌ରେ ରୁଷିଆର ଏୟାର ଷ୍ଟ୍ରାଇକ ପରେ ସାଇରନ ଏବଂ ବିସ୍ଫୋରଣର ଶବ୍ଦ ଶୁଣାଯାଇଥିଲା। ମେୟର ଭିଟାଲୀ କ୍ଲିଟସକୋଙ୍କ ଅନୁଯାୟୀ ଡ୍ରୋନ୍‌ ଦ୍ୱାରା ଶେଭେଞ୍ଚକିଭସ୍କି ଅଞ୍ଚଳରେ ଥିବା ଆବାସିକ ଅଟ୍ଟାଳିକା କ୍ଷତିଗ୍ରସ୍ତ ହୋଇଛି। ଅପରପକ୍ଷରେ, ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କିଙ୍କ କାର୍ଯ୍ୟାଳୟ ମୁଖ୍ୟ ଆଣ୍ଡ୍ରେ ୟେରମକ କହିଛନ୍ତି ଯେ ଏହି ଆକ୍ରମଣ କାମିକାଜେ ଡ୍ରୋନ ଦ୍ୱାରା କରାଯାଇଥିଲା । ଗତ ସପ୍ତାହରେ ମଧ୍ୟ କ୍ୱିଭ ଏବଂ ୟୁକ୍ରେନର ଅନ୍ୟ ସହରଗୁଡିକ ଉପରେ ରୁଷିଆ ବୋମା ମାଡ଼ କରିଥିଲା। ଏଥିରେ ଅନେକ ଲୋକଙ୍କର ମୃତ୍ୟୁ ଘଟିଥିଲା।

ରବିବାର-ସୋମବାର ରାତିରେ କ୍ୱିଭରେ ବୋମା ମାଡ଼ ହୋଇଥିଲା। କ୍ଲିଟସକୋ କହିଛନ୍ତି ଯେ ସେମାନେ ସେହି ସମୟରେ ଶେଭଚେଙ୍କିଭସ୍କି ଜିଲାରେ ଥିଲେ, ଯେଉଁଠାରେ ଗତ ସପ୍ତାହରେ ଅନେକ ଆକ୍ରମଣ ହୋଇଥିଲା। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ଉପସ୍ଥିତ ରହି ଲୋକଙ୍କୁ ଏୟାର ଆକ୍ରମଣରୁ ରକ୍ଷା ପାଇବା ପାଇଁ ସ୍ଥାପିତ ବେସକୁ ସୁରକ୍ଷିତ ସ୍ଥାନାନ୍ତର ଉଦ୍ୟମ କରୁଛନ୍ତି।

Share