ତାମିଲନାଡୁରେ ଆତଙ୍କ, ୩୩ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ…

ନୂଆଦିଲ୍ଲୀ, ୨୩।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗୁରୁବାର ତାମିଳନାଡୁରେ ୩୩ ଜଣ ନୂଆ ଓମିକ୍ରନ୍‌ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହା ସହିତ ଦେଶରେ ମୋଯ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୬୯ରେ ପହଞ୍ଚିଛି।
ଦେଶର ୧୬ ରାଜ୍ୟରେ ଓମିକ୍ରନ୍‌ ପହଞ୍ଚିଛି। ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୬୫ ରହିଛି। ଦିଲ୍ଲୀର ଆକ୍ରାନ୍ତଙ୍କ ସଂଖ୍ୟା ୬୪ରେ ପହଞ୍ଚିଛି। ସେହିପରି ତାମିଲନାଡୁରେ ୩୪ ତେଲେଙ୍ଗାନାରେ ୨୪, ରାଜସ୍ଥାନରେ ୨୧, କର୍ନାଟକରେ ୧୯, କେରଳରେ ୧୫, ଗୁଜୁରାଟରେ ୧୪, ଜମ୍ମୁ-କଶ୍ମୀରରେ ୩, ଓଡ଼ିଶାରେ ୨, ଉତ୍ତରପ୍ରଦେଶରେ ୨, ଆନ୍ଧ୍ରପ୍ରଦେଶରେ ୨, ଚଣ୍ଡିଗଡ଼ରେ ୧, ଲଦାଖରେ ୧, ପଶ୍ଚିମବଙ୍ଗରେ ୧ ଏବଂ ଉତ୍ତରାଖଣ୍ଡରେ ଜଣେ ଓମିକ୍ରନ୍‌ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।

Share