ନୂଆଦିଲ୍ଲୀ, ୨।୧୧: ଥଣ୍ଡା ବଢ଼ିବା ସହିତ ଦେଶରେ କରୋନା ମହାମାରୀ ସଂକ୍ରମଣର ଆତଙ୍କ ପୁଣି ଆରମ୍ଭ ହୋଇଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୧୭ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ପୁଣି କମିଛି। ଏହା ୧୧ ଶହରୁ ଅଧିକ ରହିଛି। ଏହା୧,୧୮୮ ରହିଛି। ଗୋଟିଏ ଦିନ ତଳେ ଏହା ୧,୦୪୩ ଥିଲା। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ସପ୍ତାହେ ପରେ ବଢ଼ି ଆତଙ୍କ ସୃଷ୍ଟି କରିଛି। ଏହା ୧,୩୭୩ ରହିଛି। ଗୋଟିଏ ଦିନ ତଳେ ଏହା ୫୦ ଥିଲା। ଦୈନିକ ମୃତ୍ୟୁ ସଂଖ୍ୟା ବଢ଼ିବା ଯୋଗୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଚିନ୍ତା ବଢ଼ିବାରେ ଲାଗିଛି। ଏହି ସମୟରେ ସକ୍ରିୟ ମାମଲା କମି ୧୬ ହଜାର ୨୪୩ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୧୭ ହଜାର ୬୧୮ଥିଲା। ସେହିପରି ୨୪ ଘଣ୍ଟାରେ ୧ ହଜାର ୧୯୦ ଜଣ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନ ତଳେ ଏହା ୧ ହଜାର ୨୮୭ ଥିଲା। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୩୦ ହଜାର ୪୫୨ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୬ ଲକ୍ଷ ୫୫ ହଜାର ୮୨୮ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୪୧ ଲକ୍ଷ ୯ ହଜାର ୧୩୩ ଜଣ ସୁସ୍ଥ ହୋଇ ସାରିଛନ୍ତି।