Categories: ଜାତୀୟ

ଟେରର ଲିଙ୍କ୍‌: ୨ ପୋଲିସ ସମେତ ୬ କର୍ମଚାରୀ ନିଲମ୍ବିତ…

ଶ୍ରୀନଗର,୨୨।୯: ଟେରର୍‌ ଲିଙ୍କ୍‌ ଅଭିଯୋଗରେ ଜମ୍ମୁ-କଶ୍ମୀରର ୨ ପୋଲିସଙ୍କ ସମେତ ୬ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ଆତଙ୍କବାଦୀଙ୍କୁ ସହାୟତା କରିବା ସହିତ ସେମାନଙ୍କ ପାଇଁ ଓଭର ଗ୍ରାଉଣ୍ଡ ଓ୍ବାର୍କର ଭାବେ କାର୍ଯ୍ୟ କରୁଥିବା ଅଭିଯୋଗ ସେସବୁ କର୍ମଚାରୀ ବିରୋଧରେ ଅଣାଯାଇଛି।

ସମ୍ବିଧାନର ଅନୁଚ୍ଛେଦ ୩୧୧(୨)(ସି) ଅନ୍ତର୍ଗତ ଏଭଳି ମାମଲାର ଯାଞ୍ଚ୍‌ ପାଇଁ ଏକ କମିଟି ଗଠନ କରାଯାଇଥିଲା। କମିଟିର ନିଷ୍ପତ୍ତି ଆଧାରରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

ଏହା ପୂର୍ବରୁ ଚଳିତ ବର୍ଷ ଜୁଲାଇରେ ଜମ୍ମୁ-କଶ୍ମୀରର ୧୧ ଜଣ ସରକାରୀଙ୍କୁ ବରଖାସ୍ତ କରାଯାଇଥିଲା। ସେମାନଙ୍କ ମଧ୍ୟରେ ଆତଙ୍କବାଦୀ ସଂଗଠନ ହିଜିବୁଲ୍‌ ମୁଜାହିଦ୍ଦିନ୍‌ର କମାଣ୍ଡର ସୈୟଦ ସଲ୍ଲାଉଦ୍ଦିନ୍‌ଙ୍କ ପୁଅ ମଧ୍ୟ ଥିଲେ।

Share