Categories: ଜାତୀୟ

ଆତଙ୍କବାଦୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ, ଡାକ୍ତର-ଶିକ୍ଷକ-କନଷ୍ଟେବଳ ନିଲମ୍ବିତ…

ଶ୍ରୀନଗର,୨୨।୧୧ : ଆତଙ୍କବାଦୀ କାର୍ଯ୍ୟକଳାପ ବିରୋଧରେ କଡା ପଦକ୍ଷେପ ଲାଗୁ କରିବାକୁ ଜମ୍ମୁ-କଶ୍ମୀର ସରକାର ପ୍ରମୁଖ ପଦକ୍ଷେପ ନେଇଛନ୍ତି। ଆତଙ୍କବାଦୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ ହୋଇଛି। ଜଣେ ଡାକ୍ତର, ଶିକ୍ଷକ ଏବଂ କନଷ୍ଟେବଳଙ୍କ ସମେତ ୪ ଜଣ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ଚାରିଜଣଙ୍କୁ ନିଲମ୍ବିତ କରାଯାଇଛି।

ସୂଚନାନୁସାରେ, ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗରେ ଡାକ୍ତର, ପୋଲିସ କନଷ୍ଟେବଳ, ଜଣେ ଶିକ୍ଷକ ଏବଂ ଲାବୋରେଟୋରୀ ଦାୟିତ୍ୱରେ ଥିବା ଉଚ୍ଚଶିକ୍ଷା ବିଭାଗର ଜଣେ କର୍ମଚାରୀଙ୍କ ସମେତ ଚାରିଜଣଙ୍କ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ପୋଲିସ ଏବଂ ଅନୁସନ୍ଧାନକାରୀ ସଂସ୍ଥା ଏହି ଘଟଣାର ତଦନ୍ତ କରୁଛନ୍ତି।

ଜମ୍ମୁ-କଶ୍ମୀର ସରକାର ଭାରତର ସମ୍ବିଧାନର ଧାରା ୩୧୧ର ଧାରା (୨) ର ଉପ-ଧାରା (ଗ) ଅନୁଯାୟୀ ଚାରିଜଣ ସରକାରୀ କର୍ମଚାରୀଙ୍କୁ ସେବାରୁ ନିଲମ୍ବିତ କରିଛନ୍ତି।

Share