Categories: ଜାତୀୟ

ଆତଙ୍କବାଦକୁ ମିଳୁଛି ସୀମାପାର ସମର୍ଥନ: ଯେକୌଣସି ସ୍ଥିତିର ମୁକାବିଲା ଲାଗି ସେନା ପ୍ରସ୍ତୁତ: ସେନାମୁଖ୍ୟ…

ନୂଆଦିଲ୍ଲୀ,୧୨।୧ : ସେନା ଦିବସ ପୂର୍ବରୁ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ କହିଛନ୍ତି ଯେ ଜମ୍ମୁ-କଶ୍ମୀରରେ ଫେବୃଆରୀ ୨୦୨୧ ଠାରୁ ଅସ୍ତ୍ରବିରତି ଜାରି ରହିଛି। କିନ୍ତୁ ଆତଙ୍କବାଦ ଏବଂ ଆତଙ୍କବାଦ ଭିତ୍ତିଭୂମି ପାଇଁ ସୀମାପାର ସମର୍ଥନ ଜାରି ରହିଛି।

ଉତ୍ତର ସୀମାରେ ସ୍ଥିତି ସ୍ଥିର କିନ୍ତୁ ଏହାରପୂର୍ବାନୁମାନ କରାଯାଇ ନାହିଁ ବୋଲି ସେ କହିଛନ୍ତି। ଆମେ ସାତୋଟି ପ୍ରସଙ୍ଗ ମଧ୍ୟରୁ ପାଞ୍ଚଟିର ସମାଧାନ କରିବାରେ ସକ୍ଷମ ହୋଇଛୁ। ଆମେ ଉଭୟ ସାମରିକ ଏବଂ କୂଟନୈତିକ ସ୍ତରରେ କଥାବାର୍ତ୍ତା ଜାରି ରଖିଛୁ। ଯେକୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ଏବଂ ଏଥି ଲାଗି ଆମର ପର୍ଯ୍ୟାପ୍ତ ଅସ୍ତ୍ରଶସ୍ତ୍ର ରହିଛି ।

ଉତ୍ତର-ପୂର୍ବର ପରିସ୍ଥିତି ବିଷୟରେ କଥାବାର୍ତ୍ତା ବେଳେ ସେ କହିଛନ୍ତି ଯେ ଉତ୍ତର-ପୂର୍ବର ଅଧିକାଂଶ ରାଜ୍ୟରେ ଶାନ୍ତି ରହିଛି। ଅର୍ଥନୈତିକ କାର୍ଯ୍ୟକଳାପ ଏବଂ ବିକାଶମୂଳକ ପଦକ୍ଷେପ ଭଲ ଫଳାଫଳ ଦେଇଛି। ସେନା ଦିବସ ବିଷୟରେ ସେ କହିଛନ୍ତି, ଏହି ସେନା ଦିବସ ମଧ୍ୟ ସ୍ବତନ୍ତ୍ର କାରଣ ଏହା ସ୍ବାଧୀନତାର ୭୫ ତମ ବର୍ଷରେ ପାଳିତ ହେବ।

ଉତ୍ତର ସୀମାରେ ପ୍ରତିପକ୍ଷଙ୍କ ଦ୍ୱାରା ସୈନ୍ୟ ସଂଖ୍ୟା ବଢ଼ାଯାଉଛି। ଆମର ସମାନ ସଂଖ୍ୟକ ଯବାନ ମଧ୍ୟ ମୁତୟନ ରହିଛନ୍ତି। ଆମେ ସ୍ଥିତି ଉପରେ ତୀକ୍ଷଣ ନଜର ରଖିଛୁ।

 

Share