ଆତଙ୍କବାଦ ନିରୋଧୀ ଶପଥ ପାଠ

କଟକ ଅଫିସ, ୨୨ା୫: ରାଜ୍ୟ ପୋଲିସ ମୁଖ୍ୟାଳୟ ପରିସରରେ ଶୁକ୍ରବାର ଆତଙ୍କବାଦ ନିରୋଧୀ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ପୂର୍ବାହ୍ନରେ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ସାମାଜିକ ଦୂରତା ରକ୍ଷା ସହ ମାସ୍କ ପରିଧାନ କରି ଆତଙ୍କବାଦ ନିରୋଧୀ ଶପଥ ପାଠ କରିଥିଲେ। ଦେଶର ଅହିଂସା ଓ ସହନଶୀଳତା ଉପରେ ଦୃଢ ବିଶ୍ୱାସ ରଖି ଆତଙ୍କବାଦ ଏବଂ ହିଂସା ବିରୋଧରେ ସଂଗ୍ରାମ କରିବାକୁ ସେମାନେ ଶପଥ ନେଇଥିଲେ। ଡିଜିପି ଅଭୟ ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କୁ ଶପଥ ପାଠ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଏଡିଜିପି (ହେଡକ୍ବାର୍ଟର) ଲଳିତ ଦାସ, ଏଡିଜିପି (ଆଇନଶୃଙ୍ଖଳା) ୱାଇ. କେ. ଜେଠୱା, ଆଇଜି (ପର୍ସୋନେଲ) ପ୍ରବୀଣ କୁମାର, ଆଇଜି (ପ୍ରୋଭିଜନିଂ) ଯତୀନ୍ଦ୍ର କୋଏଲ, ଆଇଜି (କ୍ରାଇମବ୍ରାଞ୍ଚ) ଅମିତେନ୍ଦ୍ରନାଥ ସିହ୍ନା, ଏଆଇଜି (ହେଡକ୍ବାର୍ଟର) ପ୍ରତ୍ୟୁଷ ଦିବାକର ପ୍ରମୁଖ ଉପସ୍ଥିତ ଥିଲେ। ସୁବେଦାର ଅଶୋକ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Share