ଶ୍ରୀନଗର,୫।୧ : ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଘଟଣା ବୃଦ୍ଧି ହେବାର ଆଶଙ୍କା କରି କେନ୍ଦ୍ର ସରକାର ପୁଣି ଥରେ ସତର୍କ ସୂଚନା ଜାରି କରିଛନ୍ତି। କିଛି ରିପୋର୍ଟରେ କୁହାଯାଇଛି ଯେ ନାଗରିକଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ୧୮୦୦ ପାରାମିଲିଟାରୀ କର୍ମଚାରୀଙ୍କୁ ପଠାଇବାକୁ ଯାଉଛନ୍ତି। ବର୍ତ୍ତମାନ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଜମ୍ମୁ-କଶ୍ମୀରରେ ଇସଲାମିକ ଷ୍ଟେଟ(ଆଇଏସ) ସକ୍ରିୟ ହେବାର ସତର୍କ ସୂଚନା ଜାରି କରାଯାଇଛି। ଶ୍ରୀନଗରରେ ୟୁଏପିଏ ଅଧିନିୟମ ଅନୁଯାୟୀ ଅହମ୍ମଦ ଅଙ୍ଗରଙ୍କୁ ଆତଙ୍କବାଦୀ ଘୋଷିତ କରାଯାଇଛି।
ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ଅହମ୍ମଦ ଅଙ୍ଗର ଛଦ୍ମନାମ ଆବୁ ଉସମାନ ଅଲ-କଶ୍ମୀରୀକୁ ୟୁଏପିଏ ଅଧିନିୟମ, ୧୯୬୭ ଅନୁଯାୟୀ ଆତଙ୍କବାଦୀ ଘୋଷିତ କରାଯାଇଛି। ଶ୍ରୀନଗରର ବାସିନ୍ଦା ଅବୁ ଉସମାନ ବର୍ତ୍ତମାନ ଆଫଗାନିସ୍ତାନରେ ଅଛନ୍ତି ଏବଂ ଜମ୍ମୁ-କଶ୍ମୀରରେ ଇସଲାମିକ ଷ୍ଟେଟ ପାଇଁ ଆତଙ୍କବାଦୀଙ୍କ ନିଯୁକ୍ତିଦାତ ଭାବେ କାର୍ଯ୍ୟ କରୁଛନ୍ତି। ଜମ୍ମୁ-କଶ୍ମୀରର ଯୁବବର୍ଗଙ୍କୁ ଭ୍ରମିତ କରି ଇସଲାମିକ ଷ୍ଟେଟ ଆତଙ୍କବାଦୀ ସଂଗଠନରେ ସାମିଲ କରାଉଛନ୍ତି।