ଆତଙ୍କବାଦୀ ଆକ୍ରମଣ, ୨ ପୋଲିସ କର୍ମଚାରୀଙ୍କ ସମେତ ୩ ମୃତ…

ଇସଲାମାବାଦ,୧୪।୧୧: ପାକିସ୍ତାନର ଖାଇବର ପାସ୍ତୁନଖ୍ବା ପ୍ରଦେଶରେ ଦୁଇଟି ପୃଥକ ଆତଙ୍କବାଦୀ ଆକ୍ରମଣରେ ଦୁଇ ପୋଲିସଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଛି। ମଙ୍ଗଳବାର ସେନା ଏହି ସୂଚନା ଦେଇଛି।

ପାକିସ୍ତାନ ସେନାର ମିଡିଆ ୱିଙ୍ଗ ଇଣ୍ଟର ସର୍ଭିସେସ ଲୋକସମ୍ପର୍କ (ଆଇଏସଆରପି) ଏକ ବିବୃତ୍ତି ଜାରି କରି କହିଛି ଉତ୍ତର ୱାଜିରିସ୍ତାନ ଜିଲାର ମିର ଅଲି ତହସିଲରେ ଆତଙ୍କବାଦୀଙ୍କ ସହ ମୁକାବିଲା ସମୟରେ ଦୁଇ ପୋଲିସଙ୍କ ମୃତ୍ୟୁ ଘଟିଛି।

ଆକ୍ରମଣକାରୀଙ୍କୁ ଧରିବା ପାଇଁ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରହିଛି।
ଦ୍ୱିତୀୟ ଘଟଣା ଡେରା ଇସମାଇଲ ଖାନ ଜିଲାର ଦ୍ରଜିନ୍ଦା ତହସିଲରେ ଘଟିଥିଲା ଯେତେବେଳେ ଆତଙ୍କବାଦୀମାନେ ଏକ ତୈଳ ଓ ଗ୍ୟାସ କମ୍ପାନୀର କନଭେନ ଉପରେ ଆକ୍ରମଣ କରିଥିଲେ। ଏହି ଘଟଣାରେ କମ୍ପାନୀ ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି। ଜଣେ ଅଧିକାରୀଙ୍କ କହିବାନୁସାରେ, ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ଦୁଇ ଆହତଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛି।

ଅଧିକାରୀଙ୍କ କହିବାନୁସାରେ, ଗୁଳି ବିନିମୟ ପରେ ଖସି ପଳାଇଥିବା ଆକ୍ରମଣକାରୀଙ୍କୁ ଧରିବା ପାଇଁ ସେହି ଅଞ୍ଚଳରେ ସର୍ଚ୍ଚ ଅପରେଶନ ଚାଲିଛି।

Share