ଆତଙ୍କବାଦୀ ଆକ୍ରମଣ ଓ କଶ୍ମୀର

ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲାର ଗଡୋଲ ଅଞ୍ଚଳରେ ଆତଙ୍କବାଦୀଙ୍କ ଆକ୍ରମଣରେ ସେନାର ୪ ଯବାନ ଶହୀଦ ହେବା ଘଟଣା ଜମ୍ମୁ-କଶ୍ମୀର ଶାନ୍ତି ପ୍ରତିଷ୍ଠା ପ୍ରକ୍ରିୟା ପ୍ରତି କେବଳ ଏକ ନୂତନ ଚାଲେଞ୍ଜ ଭାବେ ଉଭା ହୋଇନାହିଁ, ଶାନ୍ତି ପ୍ରକ୍ରିୟା ଉପରେ ଏକ କଳାଦାଗ ସୃଷ୍ଟି କରିପାରିଛି ବୋଲି କୁହାଯାଇପାରିବ। କହିବା ବାହୁଲ୍ୟ ଯେ, ୨୦୧୯ ଅଗଷ୍ଟ ୫ ତାରିଖ ଦିନ ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ଏବଂ ରାଜ୍ୟ ମାନ୍ୟତା ପ୍ରତ୍ୟାହାର କରି ଜମ୍ମୁ-କଶ୍ମୀର ଓ ଲଦାଖ ନାମରେ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଗଠନ ପରେ ଅର୍ଥାତ୍‌ ଦୀର୍ଘ ସାଢେ ୩ବର୍ଷରେ ଉପତ୍ୟକାରେ ଏହା ହେଉଛି ସବୁଠାରୁ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ। ଉଲ୍ଲେଖଯୋଗ୍ୟ ଯେ, ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ କରାଇବା ପାଇଁ କେନ୍ଦ୍ର ସରକାର ଗୁରୁତ୍ୱ ସହକାରେ ବିଚାର ବିମର୍ଷ କରୁଥିବା ସମୟରେ ଏବଂ ତୃଣମୂଳ ସ୍ତରରେ ଗଣତନ୍ତ୍ର ପୁନଃ ପ୍ରତିଷ୍ଠା ଆସନ୍ତା ଅକ୍ଟୋବର ମାସରେ ଗ୍ରାମପଞ୍ଚାୟତ ଏବଂ ସ୍ବାୟତ୍ତ ଶାସନ ସଂସ୍ଥାରେ ନିର୍ବାଚନ କରିବା ଲାଗି ସରକାରୀ କାର୍ଯ୍ୟସୂଚୀ ଘୋଷଣା କରିଥିବାବେଳେ ସୀମାପାର ଆତଙ୍କବାଦୀ ବଡ଼ ଧରଣର ଆକ୍ରମଣ ଏହାକୁ ଭଣ୍ଡୁର କରିବା ପାଇଁ ଏକ ଷଡ଼ଯନ୍ତ୍ର ବ୍ୟତୀତ ଅନ୍ୟ କିଛି ନୁହେଁ। ଅନନ୍ତନାଗ ଜିଲାର ଗଡୋଲ ତଥା ପୀର ପାୱାର ଅଞ୍ଚଳରେ ଆତଙ୍କବାଦୀଙ୍କ ଆକ୍ରମଣରେ କଲୋନେଲ ମନପ୍ରୀତ୍‌ ସିଂହ, ମେଜର ଆଶିଷ ଧୋନଚାକ ଏବଂ ପୋଲିସ ଡିଏସ୍‌ପି ହୁମାୟନ ଭଟ୍ଟ ଏନ୍‌କାଉଣ୍ଟରରେ ଶହୀଦ ହୋଇଥିବାବେଳେ ଗୁଳିମାଡ଼ରେ ଗୁରୁତର ଆହତ ଅନ୍ୟଜଣେ ଯବାନ ହସ୍‌ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଏହି ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାର ହାତ ଥିବା ରିପୋର୍ଟ ପ୍ରକାଶ ପାଇଛି। ଏହି ଆକ୍ରମଣ ଘଟଣା ଜମ୍ମୁ-କଶ୍ମୀର ପୀର ଫଜାଲ ଅଞ୍ଚଳ ଏବେ ଆତଙ୍କବାଦୀଙ୍କ ନୂଆ ଆଡ୍‌ଡା ସ୍ଥଳୀରେ ପରିଣତ ହୋଇଛି ବୋଲି କୁହାଯାଇପାରେ।
ଉଲ୍ଲେଖଯୋଗ୍ୟ ଯେ, ପୀର ଫଜାଲ ଅଞ୍ଚଳରେ ୨୦୨୧ ଜାନୁୟାରୀଠାରୁ ୨୦୨୩ ମେ’ ୩୦ ମଧ୍ୟରେ ଆତଙ୍କବାଦୀଙ୍କ ଆକ୍ରମଣରେ ୨୪ଜଣ ସୁରକ୍ଷାକର୍ମୀ ଶହୀଦ ହୋଇଥିବାବେଳେ ୭୫ଜଣ ସାଧାରଣ ନାଗରିକ ନିହତ ହୋଇଛନ୍ତି। କିନ୍ତୁ ସହସଂଗଠିତ ଆତଙ୍କବାଦୀ ଆକ୍ରମଣ ଏବଂ କେନ୍ଦ୍ର ଓ ରାଜ୍ୟ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି, ଏଥିରେ ସନ୍ଦେହ ନାହିଁ। ଏହା ନିଶ୍ଚିତ ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ଏବଂ ରାଜ୍ୟ ମାନ୍ୟତା ପ୍ରତ୍ୟାହାର ପରେ ଆତଙ୍କବାଦୀ ଆତଙ୍କବାଦର ନୂଆ ନୂଆ କୌଶଳ ଅବଲମ୍ବନ କରିଥିଲେ ମଧ୍ୟ ୪ ଯବାନ ଶହୀଦ ହେବା ପ୍ରଥମ ଘଟଣା। ଗତ ୪୦ ମାସ ରାଜ୍ୟରେ କଁା ଭାଁ ଆକ୍ରମଣ ବ୍ୟତୀତ ବଡ଼ ଧରଣର ଆତଙ୍କବାଦୀ ହିଂସାକାଣ୍ଡ ଘଟି ନ ଥିଲା। ପରିସ୍ଥିତି ଏବଂ ପରିବେଶ ଏକ ପ୍ରକାର ଶାନ୍ତ ରହିଆସିଥିଲା। ଆତଙ୍କବାଦୀଙ୍କ ହିଂସାକାଣ୍ଡ ମଧ୍ୟ ଆଶାତୀତ ଭାବେ ହ୍ରାସ ପାଇଥିଲା। ଏକ ରିପୋର୍ଟରୁ ଜଣାଯାଇଛି ଯେ, ଚଳିତବର୍ଷ ଆରମ୍ଭରୁ ଜୁଲାଇ ୩୧ ତାରିଖ ସୁଦ୍ଧା ୩୦ଟି ଆତଙ୍କବାଦୀ ହିଂସାକାଣ୍ଡ ସଂଗଠିତ ହୋଇଥିବାବେଳେ ୨୦୨୨ରେ ଏହି ସମୟ ମଧ୍ୟରେ ୧୨୫ଟି ହିଂସାକାଣ୍ଡ ଘଟଣା ଘଟିଥିଲା। ଏହା ସତ୍ତ୍ୱେ ଦେଶର ଭୂସ୍ବର୍ଗ ଭାବେ ପରିଚିତ କଶ୍ମୀର ଉପତ୍ୟକାକୁ ଗତବର୍ଷ ୧କୋଟି ୮୮ଲକ୍ଷରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ ଆସିଥିବା ସରକାରୀ ରିପୋର୍ଟରୁ ଜଣାଯାଇଛି। ଏଥିରେ ବୋଧହୁଏ କେହି ଦ୍ୱିମତ ହେବେ ନାହିଁ ଯେ, ପାକିସ୍ତାନରେ ରାଜନୈତିକ ଅସ୍ଥିରତା, ଉକତ୍ଟ ଦାରିଦ୍ର୍ୟ, ଆକାଶଛୁଅଁା ଦରଦାମ ଏବଂ ଲୋକେ ଭୋକ ଉପାସରେ ରହୁଥିବାବେଳେ ଭାରତରେ ଶାସନରେ ସ୍ଥିରତା, ବିଭିନ୍ନ କ୍ଷେତ୍ରରେ ପ୍ରଗତି, ଚନ୍ଦ୍ର ଅଭିଯାନରେ ଐତିହାସିକ ସଫଳତା ଏବଂ ବିଶ୍ୱ ଦରବାରରେ ପ୍ରତିଷ୍ଠାକୁ ସହ୍ୟ କରିପାରି ଆତଙ୍କବାଦୀଙ୍କୁ ଆୟୁଧ କରି ଭାରତ ବିରୋଧରେ ଛାୟାଯୁଦ୍ଧ ଚଳାଇଛି ବୋଲି କହିଲେ ହୁଏତ ଅତିରଞ୍ଜିତ ହେବ ନାହିଁ।
ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ‘ପାକ୍‌ ଅଧିକୃତ କଶ୍ମୀର’ (ପୋକ୍‌)ର ଜନସାଧାରଣ ଭାରତରେ ମିଶିବା ପାଇଁ ଇସ୍‌ଲାମବାଦ ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ସମୟରେ କଶ୍ମୀର- ଲସ୍କର-ଇ-ତୋଇବା ହିଂସାକାଣ୍ଡ ଭିଆଇଛି। କେବଳ ଏତିକି ନୁହେଁ, କଶ୍ମୀରର ପ୍ରକୃତ ନିୟନ୍ତ୍ରଣରେଖା ସୀମାନ୍ତ ଅଞ୍ଚଳରେ ଏବେ ବହୁ ଆତଙ୍କବାଦୀ ତାଲିମ ଶିବିର ପ୍ରତିଷ୍ଠା ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି। ଏହା ଯଦି ସତ୍ୟ ହୋଇଥାଏ, ତେବେ ଆତଙ୍କବାଦୀଙ୍କ ଅନୁପ୍ରବେଶ ପ୍ରତି ସତର୍କ ରହିବା ଜରୁରୀ।

  • ସୌଭାଗ୍ୟ ରଞ୍ଜନ ମହାନ୍ତି
    ଗଙ୍ଗୋତ୍ରୀ ନଗର, ଶିଶୁପାଳଗଡ଼
    ମୋ-୯୪୩୭୯୯୪୩୭୯

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମୌସୁମୀ କାପାଡ଼ିଆଙ୍କ ସାହସିକ ଯାତ୍ରା ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣାଦାୟୀ କାହାଣୀ। ରିଜିଡ୍‌ ସ୍ପାଇନ ମସ୍କୁଲାର ଡିସ୍‌ଟ୍ରୋଫି( ଆର୍‌ଏସ୍‌ଏମ୍‌ଡି) ରୋଗରେ ପୀଡ଼ିତ ତାଙ୍କ ବଡ଼ ପୁଅ...

ଦରିଦ୍ରଙ୍କୁ ଦୁରାଚାରରୁ ମୁକ୍ତି

ବୃହସ୍ପତି ସାମଲ ଶନାଲ କ୍ରାଇମ୍‌ ରେକଡର୍‌ସ ବ୍ୟୁରୋର ୨୦୨୧ ତଥ୍ୟାନୁଯାୟୀ ଭାରତରେ ଘଟୁଥିବା ମୋଟ ଅପରାଧରୁ ୨୮% ଦାରିଦ୍ର୍ୟ ସହ ଜଡ଼ିତ। ୟୁନାଇଟେଡ୍‌ ନେସନ୍ସ ଅଫିସ...

ଶାଶ୍ୱତ ସୁଖର ଚଲାପଥ

ଯଚିଦାନନ୍ଦ ଦାଶ ପାଠକେ, ଆପଣ ଦେଖିଥିବେ, ଅଧିକାଂଶ ଧନୀ ଓ କୋଟିପତି ବ୍ୟକ୍ତିମାନେ ସବୁ ସମୟରେ ବ୍ୟସ୍ତତା ଓ ଚିନ୍ତିତ ଅବସ୍ଥାରେ ସମୟ ଅତିବାହିତ କରିଥାନ୍ତି।...

ଅଥର୍ବ ବେଦ ଓ ଋଷି ପିପ୍ପଳାଦ

ଅଥର୍ବ ବେଦର ସ୍ତୋତ୍ରଗୁଡ଼ିକରେ ସହାୟତା ଓ ଚିକିତ୍ସା ସମ୍ପର୍କିତ ମନ୍ତ୍ର ରହିଛି। ଏପରିକି ଏଥିରେ କ୍ଷତି କରୁଥିବା ମନ୍ତ୍ର ମଧ୍ୟ ରହିଛି। ଏହାକୁ ଯେଉଁ ଋଷି...

ବୃହତ୍ତମ ସୁପରମୁନ୍‌ ଓ ଜନମତ

ଅକ୍ଟୋବର ୧୭ ତାରିଖ, ଗୁରୁବାର। ୨୦୨୪ମସିହାର ୨୯୧ତମ ଦିନ ଓ ୪୨ତମ ସପ୍ତାହର ୪୨ତମ ଗୁରୁବାର। ସେଦିନ ପଡୁଛି ପୂର୍ଣ୍ଣିମା, କିନ୍ତୁ ଏବର୍ଷର ନିଆରା ପୂର୍ଣ୍ଣିମା।...

ଆଇନଗତ ଦ୍ୱନ୍ଦ୍ୱରେ ଶିଶୁ

କିଶୋର/କିଶୋରୀମାନେ ଅପରାଧରେ ସାମିଲ ହେବାର ଅନେକ ଉଦାହରଣ ଏବେ ଲୋକଲୋଚନକୁ ଆସୁଛି। ତେବେ ଏହି ନାବାଳକ/ନାବାଳିକାମାନେ ପେସାଦାର ଅପରଧୀ। ଏମାନଙ୍କ ଅପରାଧର ପୃଷ୍ଠଭୂମି ଅଛି ନା...

କାନାଡା ସମ୍ପର୍କ ତୁଟିଲା

ଖଲିସ୍ତାନ ସପକ୍ଷବାଦୀ ନେତା ତଥା ଭାରତ ପକ୍ଷରୁ ଆତଙ୍କବାଦୀ ଘୋଷିତ ହୋଇଥିବା ହରଦୀପ ସିଂ ନିଜ୍ଜାର ହତ୍ୟା ଘଟଣାରେ ଭାରତୀୟ ଉଚ୍ଚାୟୁକ୍ତ ଓ ଅନ୍ୟ କୂଟନୀତିଜ୍ଞମାନଙ୍କୁ...

ଧାଡ଼ି ଶେଷର ମଣିଷ

ଧାଡ଼ିର ଶେଷରେ ଠିଆ ହୋଇଛନ୍ତି ଆପଣ। ଧୀରେ ଧୀରେ ଲୋକମାନେ ଆଗକୁ ବଢୁଛନ୍ତି। ନିଜ ଭିତରେ ବିରକ୍ତ ହେଉଥିବେ। କ’ ଣ ପାଇଁ ଆସିଲି। ଟିକେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri