Categories: ଜାତୀୟ

ବିଡ଼ିସି ବୈଠକରେ ଆତଙ୍କବାଦୀ ଆକ୍ରମଣ: ପିଏସ୍‌ଓ ଶହୀଦ୍‌, ଜଣେ କାଉନସିଲରଙ୍କ ମୃତ୍ୟୁ

ଶ୍ରୀନଗର,୨୯।୩: ଜମ୍ମୁ-କଶ୍ମୀରର ସୋପୋରରେ ବିଡ଼ିସି ବୈଠକରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ଜଣେ ପିଏସ୍‌ଓ ଶହୀଦ ହୋଇଥିବାବେଳେ ଜଣେ କାଉସିଲରଙ୍କର ମୃତ୍ୟୁ ଘଟିଛି। ପିଏସ୍‌ଓଙ୍କ ନାମ ମୁସ୍ତାକ ଅହମ୍ମଦ ବୋଲି କଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଏହି ଘଟଣାରେ କାଉନସିଲର ରିଆଜ୍‌ ଅହମ୍ମଦଙ୍କର ମୃତ୍ୟୁ ଘଟିଛି। ବିଡ଼ିସି ଅଧ୍ୟକ୍ଷା ଫରିଦା ଖାଁ ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲଭେ ଭର୍ତ୍ତି କରାଯାଇଛି। ଆତଙ୍କବାଦୀମାନେ ଅଚାନକ ବୈଠକ ହେଉଥିବା ଡାକବଙ୍ଗଳାରେ ପହଞ୍ଚି ଆଖିବୁଜା ଗୁଳିମାଡ଼ କରିଥିଲେ। ଏହାପରେ ସେମାନେ ବାଇକ୍‌ ଯୋଗେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଘଟଣାସ୍ଥଳରେ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନ୍‌ ଜାରି ରହିଛି।

Share