Categories: ଜାତୀୟ

ଆସାମରେ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର, ହାଇ ଆଲର୍ଟ ଜାରି…

ଶ୍ରୀନଗର,୧୮।୧୦: ଆସାମରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚାଯାଇଥିବା ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ପାକିସ୍ତାନ ଗୁପ୍ତଚର ସଂସ୍ଥା ଆଇଏସ୍‌ଆଇ ନିର୍ଦ୍ଦେଶରେ ଆତଙ୍କବାଦୀ ସଂଗଠନ ଅଲ୍‌-କାଇଦା ପକ୍ଷରୁ ଏନେଇ ଷଡ଼ଯନ୍ତ୍ର ରଚାଯାଇଛି। ଆର୍‌ଏସ୍‌ଏସ୍‌ କ୍ୟାଡର ଏବଂ ସେନା କ୍ୟାମ୍ପ୍‌ରେ ବଡ଼ ଧରଣର ଆକ୍ରମଣ କରାଯିବାର ଆଶଙ୍କା ରହିଥିବାରୁ ସ୍ଥାନୀୟ ପୋଲିସକୁ ହାଇ ଆଲର୍ଟରେ ରଖାଯାଇଛି।

ସୁରକ୍ଷା ଦୃଷ୍ଟିରୁ ରାଜ୍ୟର ସମସ୍ତ ଜିଲାର ପୋଲିସଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଜାରି ହୋଇଛି। ସର୍ବସାଧାରଣ ସ୍ଥଳ ଏବଂ ବ୍ୟସ୍ତ ବହୁଳ ଅଞ୍ଚଳରେ ବୋମା ଅବା ଆଇଇଡ଼ି ଦ୍ୱାରା ବିସ୍ଫୋରଣ ଘଟାଇବାର ଯୋଜନା ପ୍ରସ୍ତୁତ କରାଯାଇଥିବା ଗୋଇନ୍ଦା ଇନପୁଟ୍‌ରେ ଉଲ୍ଲେଖ କରାଯାଇଛି। ସେହିପରି ବସ୍‌ଷ୍ଟାଣ୍ଡ୍‌, ରେଳ ଷ୍ଟେଶନ ଏବଂ ଧାର୍ମିକ ସ୍ଥଳକୁ ଟାର୍ଗେଟ କରାଯିବାର ଆଶଙ୍କା ରହିଥିବା ଏଥିରେ ଦର୍ଶାଯାଇଛି।

Share