Categories: ଜାତୀୟ

ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର: ଦିଲ୍ଲୀରେ କଡ଼ା ସୁରକ୍ଷା

ନୂଆଦିଲ୍ଲୀ, ୨୪।୧: ଜାନୁୟାରୀ ୨୬ରେ ଦିଲ୍ଲୀ, ଅଯୋଧ୍ୟା ଏବଂ ବୋଧଗୟାରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ରଚାଯାଇଛି। ଏନେଇ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସତର୍କ ସୂଚନା ଆଧାରରେ ଦିଲ୍ଲୀକୁ ହାଇ ଆଲର୍ଟରେ ରଖାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହିତ ଯାନବାହନ ଯାଞ୍ଚ୍‌, ସନ୍ଦିଗ୍ଧ ବସ୍ତୁ ଏବଂ ବ୍ୟକ୍ତିବିଶେଷଙ୍କ ପ୍ରତି ତୀକ୍ଷ୍‌ଣ ଦୃଷ୍ଟି ରଖାଯାଇଛି। ରୋହିଙ୍ଗ୍ୟା ମୁସଲମାନ୍‌ଙ୍କ ଏକ ଦଳ ଆତ୍ମଘାତୀ ଆକ୍ରମଣ ଷଡ଼ଯନ୍ତ୍ର ରଚିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଦେଶର କେତେକ ଉଗ୍ରବାଦୀ ସଂଗଠନ ମଧ୍ୟ ଆତଙ୍କବାଦୀ ସହିତ ଯୋଗାଯୋଗରେ ରହିଥିବା କୁହାଯାଉଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏନେଇ କେତେକ ରାଜ୍ୟ ସରକାର ଏବଂ ପୋଲିସ ବିଭାଗ ଉଚ୍ଚ ଅଧିକାରୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।

Share