ମୁମ୍ବାଇ,୪ ।୧୧: ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମକୁ ଆସିଥିବା ଏକ ଫୋନ କଲରେ ହାଜି ଅଲ୍ଲି ଦରଗାହ ଉପରେ ଆତଙ୍କବାଦୀ ଆକ୍ରମଣର ଧମକ ଦିଆଯାଇଛି । ଏହାପରେ ତାଡଦେବ ପୋଲିସ ସେଠାରେ ପହଞ୍ଚି ହାଜି ଅଲ୍ଲି ଦରଗାହକୁ ଆଲର୍ଟ କରିଦେଇଛି । ଉକ୍ତ ସ୍ଥାନରେ ଏକ ବିଡିଡିଏସ ଓ କନଭର୍ଟ ଭ୍ୟାନକୁ ବି ସେଠାକୁ ପଠାଯାଇଛି । ଏହି ସମୟରେ ଏଲ ଆଣ୍ଡ ଟିର ପ୍ରୋଜେକ୍ଟ ସାଇଟର ଯାଞ୍ଚ କରାଯାଇଛି । ହେଲେ ଏପର୍ଯ୍ୟନ୍ତ ଟିମ ହାତରେ ସେମିତି କିଛି ତଥ୍ୟ ଲାଗିନାହିଁ ।
ସୂଚନାଯୋଗ୍ୟ, ପୋଲିସ ଯେତେବେଳେ ଦ୍ୱିତୀୟଥର କଲରକୁ ଫୋନ କଲା ସେତେବେଳେ ଫୋନ ସୁଇଚ ଅପ୍ ଦେଖାଇଲା । କଲର କିଏ ଥିଲେ ବା ଫୋନ କିଏ କରିଥିଲେ ଓ ଏହା ପଛର କାରଣ କ’ଣ ତାହା ମଧ୍ୟ ଯାଞ୍ଚ କରାଯାଉଛି । ଏବେ କେବଳ ଏତିକି ଜଣାପଡିଛି ଯେ କଲର ଉଲ୍ଲାସ ନଗର ବାସିନ୍ଦା ଓ ସେ ମାନସିକ ରୋଗୀ । ଏବେ ତାଙ୍କର ଚିକିତ୍ସା ଚାଲିଛି । ଫୋନ ୩ ନଭେମ୍ବରରେ ହୋଇଥିଲା ।