କଙ୍ଗୋରେ ଆତଙ୍କବାଦୀ ଆକ୍ରମଣ, ୨୩ ମୃତ ଅନେକେ ନିଖୋଜ

ବେନି,୧୪।୧୧: ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋର ଏକ ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଆତଙ୍କବାଦୀ ଆକ୍ରମଣରେ ପ୍ରାୟ ୨୩ ଜଣଙ୍କର ମୃତ୍ୟୁ ହୋଇଛି। ପୂର୍ବ ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋରେ ଥିବା ଏକ ଗାଁକୁ ଇସଲାମୀୟ ମାଓବାଦୀମାନେ ଆକ୍ରମଣ କରିଛନ୍ତି ବୋଲି ଜଣେ ସ୍ଥାନୀୟ ଅଧିକାରୀ ତଥା ଜଣେ ସମାଜସେବୀ କହିଛନ୍ତି। ଯେଉଁଥିରେ ଅତି କମରେ ୨୩ ଜଣଙ୍କର ମୃତ୍ୟୁ ହୋଇଛି।
ନାଗରିକ ସମାଜ ନେତା ମରିସ ମାବେଲେ ମୁସାଇଡି କହିଛନ୍ତି ଯେ ଆକ୍ରମଣକାରୀମାନେ ପ୍ରଥମେ ଗ୍ରାମବାସୀଙ୍କୁ ବାନ୍ଧି ରଖିଥିଲେ। ଏହା ପରେ ସେମାନଙ୍କୁ ଛୁରୀ ଏବଂ ଅନ୍ୟାନ୍ୟ ଅସ୍ତ୍ରରେ ହତ୍ୟା କରାଯାଇଥିଲା। ଏହି ଘଟଣା ସମୟରେ କିଛି ଗ୍ରାମବାସୀ କୌଣସି ପ୍ରକାରେ ଘଟଣାସ୍ଥଳରୁ ଖସିଯିବାରେ ସଫଳ ହୋଇଥିଲେ। ଏହି ଆକ୍ରମଣରେ ସରକାରୀ ମୃତ୍ୟୁ ସଂଖ୍ୟା ପ୍ରଥମେ ୧୯ରେ ରଖାଯାଇଥିଲା। ଏହା ପରେ ବର୍ତ୍ତମାନ ୨୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ଉଗାଣ୍ଡାର ଲାମିଆ ନଦୀ ପାର ହେବାକୁ ଚେଷ୍ଟା କରୁଥିବା ବେଳେ କିଛି ଲୋକ ବୁଡ଼ିଯାଇଛନ୍ତି ବୋଲି ଜଣେ ସ୍ଥାନୀୟ ଅଧିକାରୀ କହିଛନ୍ତି। ସେ କହିଛନ୍ତି ଯେ ଅନେକ ଲୋକ ନିଖୋଜ ଅଛନ୍ତି। ଅନ୍ୟ ଜଣେ ସ୍ଥାନୀୟ ଅଧିକାରୀ ମଙ୍ଗଳବାର କହିଛନ୍ତି ଯେ ସେନା ଅଧିନାୟକଙ୍କ ସମେତ ମୃତ୍ୟୁ ସଂଖ୍ୟା ୩୩କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଉଗାଣ୍ଡା ପହଞ୍ଚିବାକୁ ଚେଷ୍ଟା କରୁଥିବା ବେଳେ ନଦୀରେ ବୁଡ଼ିଯାଇଥିବା ଦୁଇ ଶିଶୁ ମଧ୍ୟ ଅଛନ୍ତି।

Share