Categories: ଜାତୀୟ

୩ ପରିବାର ଉପରକୁ ଆତଙ୍କବାଦୀ ଆକ୍ରମଣ: ୩ ମୃତ, ୭ ଆହତ

ଶ୍ରୀନଗର,୨।୧: ଜମ୍ମୁ କଶ୍ମୀରର ରାଜୌରିସ୍ଥିତ ଡାଙ୍ଗ୍ରି ଗ୍ରାମରେ ୩ ପରିବାର ଉପରକୁ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏଥିରେ ୩ ଜଣଙ୍କର ମୃତ୍ୟୁ ହେବା ସହିତ ୭ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ଉପର ଡାଙ୍ଗ୍ରି ଗ୍ରାମରେ ଏହି ଆକ୍ରମଣ ହୋଇଥିଲା। ଏଠାରେ ଆତଙ୍କବାଦୀମାନେ ପ୍ରାୟ ୫୦ ମିଟର ଦୂରରେ ତିନୋଟି ଭିନ୍ନ ଘରକୁ ଟାର୍ଗେଟ କରିଛନ୍ତି। ସୁରକ୍ଷା କର୍ମୀମାନେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଆରମ୍ଭ କରିଛନ୍ତି।
ରାଜୌରୀ ହସ୍ପିଟାଲର ଡା. ମେହମୁଦ କହିଛନ୍ତି, ଆହତଙ୍କ ମୃତଦେହରେ ଅନେକ ବୁଲେଟ ମାର୍କ ଚିହ୍ନ ମିଳିଛି। ଏହି ଘଟଣା ରବିବାର ସନ୍ଧ୍ୟା ୭ଟା ସମୟରେ ଡାଙ୍ଗ୍ରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିକଟରେ ଘଟିଥିଲା।

Share