Categories: ଜାତୀୟ

ମୋଦିଙ୍କ ଗସ୍ତର ଦୁଇ ଦିନ ପୂର୍ବରୁ ଆତଙ୍କବାଦୀ ଆକ୍ରମଣ: ୩ ଆତଙ୍କବାଦୀ ମୃତ, ଜଣେ ଯବାନ ଶହୀଦ

ଜମ୍ମୁ,୨୨ ।୪: ପ୍ରଧାନମନ୍ତ୍ରୀ ମୋଦିଙ୍କ ଜମ୍ମୁ-କଶ୍ମୀର ଗସ୍ତର ୨ ଦିନ ପୂର୍ବରୁ ସୁଂଜୱାରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଏହି ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଜଣେ ଯବାନ ଶହୀଦ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଏହି ଅପରେଶନରେ ୪ ଜଣ ଯବାନ ଆହତ ହୋଇଛନ୍ତି । ଗୁରୁବାର ରାତିରୁ ଏହି ଅଞ୍ଚଳକୁ ଘେରି ରହି ଅପରେଶନ ଜାରି ରହିଛି ।
ଜମ୍ମୁ ଜୋନର ଏଡିଜିପି ମୁକେଶ ସିଂ କହିଛନ୍ତି ଏହି ସଂଘର୍ଷରେ ଜଣେ ଯବାନ ଶହୀଦ ହୋଇଛନ୍ତି । ଏବେବି ସେଠାରେ ଅପରେଶନ ଜାରି ରହିଛି । ତେବେ ଆତଙ୍କବାଦୀମାନେ ବଠିଣ୍ଡି ଅଞ୍ଚଳରେ ଘରେ ଲୁଚି ରହିଥିବା ସୂଚନା ମିଳିଥିଲା । ଏହାପରେ ଏହି ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନ ଆରମ୍ଭ କରାଯାଇଥିଲା । ହେଲେ ଆତଙ୍କବାଦୀମାନେ ଏହା ଜାଣିପାରି ଫାୟରିଂ କରିବାରୁ ଉଭୟ ପଟରୁ ଗୁଳି ବିନିମୟ ହୋଇଥିଲା । ଏଥିରେ ଜଣେ ଯବାନ ଶହୀଦ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ଗୁରୁବାର ଉତ୍ତର କଶ୍ମୀରର ବାରମୂଳାରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଥିଲା । ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁ ବେଳେ ଲଶ୍କର-ଏ-ତୋଏବାର ୧୨ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷିତ ଆଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା । ଏଥିରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ କି ଦୁଇ ଜଣ ଲୁଚି ରହିଥିବା ଆଶଙ୍କା କରାଯାଉଛି ।

Share