ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ: ୪ ଚାଇନା ଇଞ୍ଜିନିୟରଙ୍କ ସମେତ ୧୩ ମୃତ

ଇସଲାମାବାଦ୍‌,୧୩।୮: ପାକିସ୍ତାନର ବାଲୋଚିସ୍ତାନରେ ଚାଇନାର ଇଞ୍ଜିନିୟରଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ୪ ଜଣ ଚାଇନା ଇଞ୍ଜିନିୟରଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ପାକିସ୍ତାନ ସରକାର ଏବଂ ସେନା ପକ୍ଷରୁ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇ ନାହିଁ। ବାଲୁଚ ଲିବରେସନ ଆର୍ମି ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି।
ଆତଙ୍କବାଦୀ ସଂଗଠନ ଦାବି କରିଛି ଯେ, ଅଗଷ୍ଟ ୧୩ ଗ୍ବାଦରରେ ହୋଇଥିବା ଆକ୍ରମଣରେ ୪ ଜଣ ଚାଇନା ନାଗରିକ ଏବଂ ୯ ଜଣ ପାକିସ୍ତାନୀ ସେନା କର୍ମଚାରୀଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଗ୍ବାଦରରେ ଚାଇନାର-ପାକିସ୍ତାନ ଅର୍ଥନୈତିକ କରିଡରର ଅନେକ ପ୍ରକଳ୍ପରେ କାମ ଚାଲିଛି। ଦୁଇ ବର୍ଷ ପୂର୍ବେ ଏଠାରେ ଚାଇନାର ଇଞ୍ଜିନିୟରମାନଙ୍କ ଉପରେ ଆକ୍ରମଣ ହୋଇଥିଲା। ଏଥିରେ ୯ ଜଣ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଥିଲା।

Share