୧୪ ଘଣ୍ଟାର ଅପରେଶନ୍‌: ସମସ୍ତ ଆତଙ୍କବାଦୀ ନିହତ

ମୋଗାଦିଶୁ,୨୦।୮: ଦୀର୍ଘ ୧୪ଘଣ୍ଟା ପରେ ସୋମାଲିଆ ରାଜଧାନୀ ମୋଗାଦିଶୁର ହୋଟେଲ ହୟାତର ଅପରେଶନ୍‌ ଶେଷ ହୋଇଛି। ସୁରକ୍ଷାକର୍ମୀଙ୍କୁ ଏକ ବଡ଼ ସଫଳତା ମିଳିଛି। ଏଥିସହ ବଡ଼ ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ ହୋଇଛି। ମିଳିଥିବା ସଦ୍ୟ ସୂଚନା ଅନୁସାରେ, ସୁରକ୍ଷାକର୍ମୀମାନେ ହୋଟୋଲକୁ ଆତଙ୍କବାଦୀ ମୁକ୍ତ କରିଦେଇଛନ୍ତି। ଅର୍ଥାତ୍‌ ସୁରକ୍ଷାକର୍ମୀମାନେ ସମସ୍ତ ଆତଙ୍କବାଦୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏଥିସହ ବନ୍ଧକ ହୋଇଥିବା ଲୋକଙ୍କୁ ମୁକ୍ତ କରିଛନ୍ତି। ଏହାପରେ ଆହତ ଲୋକଙ୍କ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Share