Categories: ଜାତୀୟ

ଆତଙ୍କବାଦୀ ଆକ୍ରମଣ ଇନପୁଟ୍‌, ପିଏମ୍‌ ସୁରକ୍ଷା ୟୁନିଟ୍‌ ଦାୟିତ୍ୱରେ ଲାଲ କିଲ୍ଲା…

ନୂଆଦିଲ୍ଲୀ,୧।୮ : ଆଗକୁ ସ୍ବାଧୀନତା ଦିବସ। ଦିଲ୍ଲୀ ପୋଲିସ ସମେତ ଦେଶର ସୁରକ୍ଷା ଏଜେନ୍ସିମାନେ ଦେଶର ସ୍ଥିତି ଏବଂ ଆତଙ୍କବାଦୀ ଆକ୍ରମଣର ଇନପୁଟ୍‌କୁ ଦୃଷ୍ଟିରେ ରଖି ଲାଲ କିଲ୍ଲା ସୁରକ୍ଷାକୁ ବହୁସ୍ତରୀୟ କରିଛନ୍ତି। କ୍ଷେତ୍ରରେ କୌଣସି ଅବହେଳା ଯେପରି ନହେବ ସେଥିପ୍ରତି ତୀକ୍ଷ୍‌ଣ ନଜର ରଖାଯାଇଛି। ପ୍ରଧାନମନ୍ତ୍ରୀ(ପିଏମ୍‌)ଙ୍କ ସୁରକ୍ଷା ୟୁନିଟ ଲାଲ କିଲ୍ଲାର ସୁରକ୍ଷା ଦାୟିତ୍ୱ ଗ୍ରହଣ କରିଛି। ଏହି ୟୁନିଟରେ ବହୁ ସଂଖ୍ୟକ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଅପରପକ୍ଷରେ ଡ୍ରୋନ ଏବଂ କ୍ଷେପଣାସ୍ତ୍ର ଆଦି ଆକ୍ରମଣକୁ ଦୃଷ୍ଟିରେ ରଖି ଆଣ୍ଟି-ଏୟାରକ୍ରାଫ୍ଟ ବନ୍ଧୁକ ନିୟୋଜିତ କରାଯାଉଛି।

ଦିଲ୍ଲୀ ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଆତଙ୍କବାଦୀ ଆକ୍ରମଣର ଇନପୁଟକୁ ଦୃଷ୍ଟିରେ ରଖି ନିୟୋଜନ ପାଇଁ ସ୍ଥାନ ଚିହ୍ନଟ କରାଯାଇଛି। ସେଥିମଧ୍ୟରୁ ୪ଟି ଲାଲ କିଲ୍ଲା ଭିତରେ ଏବଂ ୪ଟି ବାହାରେ ନିୟୋଜିତ ହେବ। ଅନ୍ୟ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ଲାଲ କିର୍ଲ୍ଲାର ସୁରକ୍ଷା ପାଇଁ କଣ୍ଟେନରଗୁଡିକ ନିୟୋଜିତ କରାଯାଉଛି।

ଲାଲ କିଲ୍ଲାର ଆଗ ପାର୍ଶ୍ୱର ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ୧୨ ରୁ ଅଧିକ କଣ୍ଟେନର ନିୟୋଜିତ କରାଯାଉଛି। ଏହି କଣ୍ଟେନରଗୁଡିକ ଦ୍ୱାରା ଏକ ତିନି ମହଲା କାନ୍ଥ ତିଆରି ହେବ । ଫଳରେ ଲାଲ କିର୍ଲ୍ଲାର ପରବର୍ତ୍ତୀ ଗତିବିଧି ସୁରକ୍ଷା ସର୍କଲରେ ରହିବ। ଏହା ବ୍ୟତୀତ ବିଭିନ୍ନ ି ମାର୍ଗର ସମୀକ୍ଷା କରାଯାଉଛି।

Share