ଆତଙ୍କବାଦୀ ଆକ୍ରମଣରେ ୪୯ ସାଧାରଣ ନାଗରିକଙ୍କ ସମେତ ୬୪ ଜଣଙ୍କର ମୃତ୍ୟୁ

ବାମାକୋ,୮।୯: ମାଲିରେ ଆତଙ୍କବାଦୀମାନେ ଏକ ସାମରିକ ବେସ ଏବଂ ଯାତ୍ରୀବାହୀ ଡଙ୍ଗା ଉପରେ ଆକ୍ରମଣ କରିଥିଲେ। ଉତ୍ତର ମାଲିରେ ହୋଇଥିବା ଏହି ଆକ୍ରମଣରେ ୬୪ ଜଣଙ୍କର ମୃତ୍ୟୁ ଘଟିଛି। ମାଲି ସରକାର କହିଛନ୍ତି ଯେ, ଆତଙ୍କବାଦୀମାନେ ଦୁଇଟି ଭିନ୍ନ ସ୍ଥାନରେ ଆକ୍ରମଣ କରିଥିଲେ। ଆତଙ୍କବାଦୀମାନେ ନାଇଜର ନଦୀର ତିମ୍ବୁକଟୁରେ ଏକ ଡଙ୍ଗା ଉପରେ ପ୍ରଥମ ଆକ୍ରମଣ କରିଥିବାବେଳେ ଦ୍ୱିତୀୟ ଆକ୍ରମଣ ବାମ୍ବାସ୍ଥିତ ଏକ ସାମରିକ ବେସରେ କରାଯାଇଥିଲା। ଉଭୟ ଆକ୍ରମଣରେ ସମୁଦାୟ ୪୯ ସାଧାରଣ ନାଗରିକ ଏବଂ ୧୫ ସୈନିକ ପ୍ରାଣ ହରାଇଥିଲେ। ଆତଙ୍କବାଦୀ ସଂଗଠନ ଅଲ-କଏଦା ସହ ଜଡିତ ଏକ ସଂଗଠନ ଏହି ଆକ୍ରମଣ କରିଥିବା ଦାବି ହେଉଛି।

Share