ଆତଙ୍କବାଦୀ ଆକ୍ରମଣ: ୫୬ରୁ ଅଧିକଙ୍କ ମୃତ୍ୟୁ

ନିୟାମେ,୩।୧: ନାଇଜରରେ ଆତଙ୍କବାଦୀ ଆକ୍ରମଣରେ ୫୬ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିରେ ୨୦ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମାଲି ସୀମାରେ ଥିବା ଟେଲ୍ଲାବେରି ଅଞ୍ଚଳର ଚୋମୋବାଙ୍ଗୋଉ ଏବଂ ଜାରୋମଦାରେୟ ନାମକ ଦୁଇ ଗାଁରେ ଆତଙ୍କବାଦୀମାନେ ଲୋକଙ୍କ ଉପରେ ଆଖିବୁଜା ଗୁଳିମାଡ଼ କରିଥିଲେ। ମୃତକଙ୍କ ସଂଖ୍ୟା ୭୦ ଟପିବାର ଆଶଙ୍କା ଥିବା ସ୍ଥାନୀୟ ଅଧିକାରୀ କହିଛନ୍ତି। ୨୦୧୭ଠାରୁ ଏଠାରେ ଜାରି ରହିଥିବା ଗୃହଯୁଦ୍ଧ ଯୋଗୁ ବହୁ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଭିଟା ମାଟି ଛାଡ଼ି ସୁରକ୍ଷିତ ସ୍ଥାନକୁ ପଳାଇ ଯାଇଛନ୍ତି।

Share