Categories: ଜାତୀୟ

ଭାଜପା ନେତାଙ୍କ ଘରେ ଆତଙ୍କବାଦୀ ଆକ୍ରମଣ: ସୁରକ୍ଷାକର୍ମୀ ନିହତ

ଶ୍ରୀନଗର,୧।୪: ଜମ୍ମୁ-କଶ୍ମୀରରେ ଭାଜପା ନେତା ଅନଓ୍ବର ଖାଁଙ୍କ ଘର ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଆତଙ୍କବାଦୀଙ୍କୁ ବାଧା ଦେବାକୁ ଯାଇ ମୁତୟନ ହୋଇଥିବା ସୁରକ୍ଷାକର୍ମୀ ନିହତ ହୋଇଛନ୍ତି। ଆତଙ୍କବାଦୀଙ୍କ ଗୁଳିରେ ଆହତ ହୋଇଥିବା ସୁରକ୍ଷାକର୍ମୀଙ୍କର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଶ୍ରୀନଗର ନୌଗାମ୍‌ରେ ଥିବା ଅନଓ୍ବରଙ୍କ ଘରେ ଏଭଳି ଘଟିଥିବା ଜଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଆକ୍ରମଣ ପରେ ଆତଙ୍କବାଦୀମାନେ ଫେରାର ହୋଇଯାଇଛନ୍ତି। ସେମାନଙ୍କ ସନ୍ଧାନରେ ସର୍ଚ୍ଚ ଅପରେଶନ୍‌ ଜାରି ରହିଛି।

Share