Categories: ଜାତୀୟ

ବିଏସ୍‌ଏଫ୍ ଗାଡି ଉପରେ ଆତଙ୍କବାଦୀ ଆକ୍ରମଣ

ଜମ୍ମୁ,୧୨ ।୮: ଜମ୍ମୁ-କଶ୍ମୀର କୁଲଗାମର କାଜିଗୁଣ୍ଡ ଅଞ୍ଚଳରେ ଗୁରୁବାର ବିଏସ୍‌ଏଫ୍ ଯବାନଙ୍କ ଗାଡି ଉପରକୁ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ସୂଚନା ଅନୁଯାୟୀ, ଯେତେବେଳେ ସେହି ଅଞ୍ଚଳ ଦେଇ ବିଏସ୍‌ଏଫ୍ ଗାଡିଟି ଅତିକ୍ରମ କରୁଥିଲା ସେହି ସମୟରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଏଥିରେ କେହି ହତାହତ ହୋଇ ନ ଥିବା ବେଳେ ଉକ୍ତ ଅଞ୍ଚଳରେ ଆତଙ୍କବାଦୀ ଥିବା ଜାଣି ସମ୍ପୂର୍ଣ୍ଣ ଅଞ୍ଚଳକୁ ସିଲ୍ କରାଯାୟୀ ସର୍ଚ୍ଚ ଅପରେଶନ ଜାରି କରାଯାଇଛି । ସେଠାରେ ଜଣେ ନୁହେଁ ବରଂ ଅଧିକ ଆତଙ୍କବାଦୀ ଲୁଚି ରହିଥିବା ଅନୁମାନ କରାଯାଉଛି ।

Share