ବସ୍‌ ଉପରେ ଆତଙ୍କବାଦୀ ଆକ୍ରମଣ: ୨୮ ଯାତ୍ରୀ ମୃତ

ଦାମାସକସ୍‌,୩୧।୧୨: ଦକ୍ଷିଣ ସିିରିଆର ଡେର୍‌ ଅଲ୍‌-ଜୌର ପ୍ରଦେଶରେ ଏକ ବସ୍‌ ଉପରେ ଆତଙ୍କବାଦୀ ଆକ୍ରମଣ ଘଟିଛି। ଏଥିରେ ୨୮ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ପ୍ରଦେଶର କୋବାଜ୍ଜେପ୍‌ ଅଞ୍ଚଳରେ ବସ୍‌ ଉପରେ ଆକ୍ରମଣ ହୋଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ସିରିଆରେ ସ୍ଥିତି ଟାଇମ୍‌ ବମ୍‌ ଭଳି ହୋଇଥିବା ଜାତିସଂଘ ମାନବାଧିକାର ସଂଗଠନ ପକ୍ଷରୁ କୁହାଯାଇଛି। ଏନେଇ ଜାତିସଂଘ ମାନବାଧିକାର ସଂଗଠନର ଉଚ୍ଚାୟୁକ୍ତ ମିଶେଲ ବାଶେଲେଟ୍‌ ଚିନ୍ତା ପ୍ରକଟ କରିଛନ୍ତି। ଦେଶରେ ସାଧାରଣ ଲୋକଙ୍କୁ ଟାର୍ଗେଟ କରାଯାଉଛି। ପ୍ରତିଦିନ ଆତଙ୍କବାଦୀଙ୍କ ଆକ୍ରମଣରେ ସାଧାରଣ ଲୋକଙ୍କ ମୃତ୍ୟୁ ଘଟୁଥିବା ସେ କହିଛନ୍ତି।

Share