କାମ୍ପଲା,୧୬।୧: ଉଗାଣ୍ଡାର ଏକ ଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ପୂର୍ବ କଙ୍ଗୋଲି ସହର କାସିଣ୍ଡିର ଜଣେ ସନ୍ଦିଗ୍ଧ ଆତଙ୍କବାଦୀ ଏକ ଚର୍ଚ୍ଚରେ ପଶିଥିଲେ। ଏହି ଆକ୍ରମଣରେ ଅତି କମରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଥିବା ସେନା କହିଛି। ସେନାର ମୁଖପାତ୍ର କହିଛନ୍ତି, ପ୍ରାର୍ଥନା ସମୟରେ ଏହି ଆକ୍ରମଣ ଉଗାଣ୍ଡାର ଆତଙ୍କବାଦୀ ଗୋଷ୍ଠୀ ଆଲିଏଡ ଡେମୋକ୍ରାଟ ଫୋର୍ସ ଦ୍ୱାରା ହୋଇଛି।