Categories: ଜାତୀୟ

ସିଆରପିଏଫ୍‌ ଚେକ୍‌ପୋଷ୍ଟରେ ଆତଙ୍କବାଦୀ ଆକ୍ରମଣ: ଜଣେ ଯବାନ ଶହୀଦ

ଶ୍ରୀନଗର,୧୮।୪: ପୁଲୱାମା ଜିଲାର କାକାପୋରା ଅଞ୍ଚଳରେ ଥିବା ଏକ ରେଲଓ୍ବେ ଚେକ୍‌ପୋଷ୍ଟ ଉପରେ ସୋମବାର ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ଜଣେ ପୋଲିସ ଶହୀଦ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଏହି ଆତଙ୍କବାଦୀ ଆକ୍ରମଣ କେନ୍ଦ୍ରୀୟ ରେଲଓ୍ବେ ପୋଲିସ ଫୋର୍ସର ଚେକ୍‌ପୋଷ୍ଟରେ ଘଟିଛି। ସୂଚନାଯୋଗ୍ୟ, କାକାପୋରା ଅଞ୍ଚଳରେ ଉଭୟ ଯବାନ ରେଲଓ୍ବେ ଷ୍ଟେସନ ବାହାରେ ଚା’ ପିଉଥିଲେ, ସେତେବେଳେ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଆକ୍ରମଣ କରି ସେଠାରୁ ଫେରାର ହୋଇଯାଇଥିଲେ। ଘଟଣାସ୍ଥଳରେ ପୋଲିସ କର୍ମଚାରୀ ହାବିଲଦାର ସୁରିନ୍ଦର ସିଂଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜବାନ ସି. ଦେବ ରାଜଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇ କାକାପୋରା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହାପରେ ତାଙ୍କୁ ଏସ୍‌ଏମ୍‌ଏସ୍‌ଏଚ୍‌ଏସ୍‌ ହସ୍ପିଟାଲ ଶ୍ରୀନଗରକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

Share