Categories: ଜାତୀୟ

ସିଆର୍‌ପିଏଫ୍‌ ଯବାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ: ୨ ଶହୀଦ୍‌, ୫ ଆହତ

ଶ୍ରୀନଗର, ୫।୧୦: ଜମ୍ମୁ-କଶ୍ମୀର ପୁଲଓ୍ବାମା ଜିଲାରେ ସିଆର୍‌ପିଏଫ୍‌ ୧୧୦ ବାଟାଲିୟନ ଯବାନଙ୍କ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏଥିରେ ୨ ଜଣ ଯବାନ ଶହୀଦ୍‌ ହେବା ସହିତ ୫ ଆହତ ହୋଇଛନ୍ତି। ଚିକିତ୍ସା ଲାଗି ଆହତଙ୍କୁ ବେସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପମ୍ପୋରର ତଙ୍ଗନ ବାଇପାସ୍‌ ନିକଟସ୍ଥ କାନ୍ଧିଜଳ ପୋଲ ଉପରେ ସିଆର୍‌ପିଏଫ୍‌ ଏବଂ ଜମ୍ମୁ-କଶ୍ମୀର ପୋଲିସ ବାହିନୀ ରୋଡ୍‌ ଓପନିଂ ଡ୍ୟୁଟିରେ ଥିଲେ। ଏହି ସମୟରେ ସେମାନଙ୍କ ଉପରେ ଆତଙ୍କବାଦୀମାନେ ଆଖିବୁଜା ଗୁଳି ମାଡ଼ କରିଥିଲେ। ଗୁଳିମାଡ଼ କରି ଆତଙ୍କବାଦୀମାନେ ଫେରାର ହୋଇଯାଇଥିବା କଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ କୁହାଯାଇଛି। ଏହି ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନ୍‌ ଜାରି ରହିଛି।

Share