ହୋଟେଲରେ ଆତଙ୍କବାଦୀ ଆକ୍ରମଣ: ଗେଟ୍‌ ସମ୍ମୁଖରେ କାର୍‌ ବୋମା ବିସ୍ଫୋରଣ

ମୋଗାଦିସୁ, ୧୭।୮: ସୋମାଲିଆ ରାଜଧାନୀ ମୋଗାଦିସୁରେ ଥିବା ଇଲାଇଟ୍‌ ହୋଟେଲରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ସରକାରୀ ଭାବେ କୁହାଯାଇଛି। ଏଥିରେ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତାହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଥିବା କୁହାଯାଉଛି। ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଇତିମଧ୍ୟରେ ୨୦୫ ଜଣ ଲୋକ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି। ଏହି ଘଟଣା ପାଇଁ ଆତଙ୍କବାଦୀ ସଂଗଠନ ଅଲ୍‌ ଶବାବ୍‌ ନିଜକୁ ଦାୟୀ କରିଛି। ଏହି ସଂଗଠନର ୪ ଜଣ ସଦସ୍ୟ ହୋଟେଲ ସମ୍ମୁଖରେ କାର୍‌ ବୋମା ବିସ୍ଫୋରଣ କରିଥିଲେ। ପରେ ସୁରକ୍ଷାକର୍ମୀଙ୍କୁ ପକ୍ଷରୁ ଘେରାବନ୍ଦୀ କରାଯାଇ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କରିଥିବା ସରକାରଙ୍କ ମୁଖପାତ୍ର ଇସମାଇଲ୍‌ ମୁଖତାର୍‌ ଟୁଇଟ୍‌ କରି ସୂଚନା ଦେଇଛନ୍ତି।

Share