ହୋଟେଲରେ ଆତଙ୍କବାଦୀ ଆକ୍ରମଣ: ୯ ମୃତ, ୪୭ ଆହତ

ମୋଗାଦିଶୁ,୨୪।୧୦: ସୋମାଲିଆରେ ଏକ ହୋଟେଲ୍‌ରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪୭ ଜଣ ଆହତ ହୋଇଛନ୍ତି। ଆତଙ୍କବାଦୀ ସଂଗଠନ ଅଲ-ଶବାବ ଏହି ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିଛି।
ଏହି ପ୍ରସଙ୍ଗରେ ସୂଚନା ଦେଇ ସୋମାଲିଆସୁରକ୍ଷା ମନ୍ତ୍ରୀ ୟୁସୁଫ ହୁସେନ ଧୁମଲ କହିଛନ୍ତି, ଏହି ଆକ୍ରମଣବେଳେ ସୁରକ୍ଷା କର୍ମୀଙ୍କ ଗୁଳିରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ବିସ୍ଫୋରଣରେ ଛାତ୍ର ଓ ସାଧାରଣ ନାଗରିକଙ୍କ ସମେତ ନଅ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୭ ଜଣ ଆହତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ରହିଛି। ଏହି ହୋଟେଲ ସରକାରୀ କର୍ମଚାରୀଙ୍କ ମିଟିଂ ସ୍ଥାନ ଭାବରେ ବେଶ ଲୋକପ୍ରିୟ।

Share