Categories: ଜାତୀୟ

ଭାରତୀୟ ସେନା ଉପରେ ଆତଙ୍କବାଦୀ ଆକ୍ରମଣ: ୪ ଯବାନ ଆହତ

ଶ୍ରୀନଗର, ୨୭।୧: ଜମ୍ମୁ-କଶ୍ମୀରରେ ସେନା ଯବାନଙ୍କ ଉପରେ ବୁଧବାର ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ୪ ଜଣ ଯବାନ ଆହତ ହୋଇଥିବା କୁହାଯାଉଛି। ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦକ୍ଷିଣ କଶ୍ମୀରର କୁଲଗାମ୍‌ର ଶାମିପୋରାରେ ହାଇଓ୍ବେରେ ରୋଡ୍‌ ଓପନିଂ କାର୍ଯ୍ୟରେ ନିୟୋଜିତ ସେନା ଯବାନଙ୍କ ଉପରେ ଆକ୍ରମଣ ହୋଇଥିବା କଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଆତଙ୍କବାଦୀମାନେ ଗ୍ରେନେଡ୍‌ ମାଡ଼ କରି ଫେରାର ହୋଇଯାଇଥିଲେ। ମିଳିତ ସୁରକ୍ଷାକର୍ମୀ ଘଟଣାସ୍ଥଳରେ ଘେରାବନ୍ଦୀ କରିବା ସହିତ ଆତଙ୍କବାଦୀଙ୍କ ସନ୍ଧାନରେ ସର୍ଚ୍ଚ ଅପରେଶନ୍‌ ଆରମ୍ଭ କରିଛନ୍ତି।

Share