Categories: ଜାତୀୟ

ମିଳିତ ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର, ୬।୧୨: ଜମ୍ମୁ-କଶ୍ମୀରରେ ମିଳିତ ସୁରକ୍ଷାକର୍ମୀଙ୍କ ଉପରେ ରବିବାର ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ଜଣେ ଯବାନ ଏବଂ ଜଣେ ସାଧାରଣ ଲୋକ ଆହତ ହୋଇଛନ୍ତି। ଉଭୟଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶ୍ରୀନଗରର ହାଓ୍ବାଲସ୍ଥିିିତ ସାଜ୍‌ଗାରିପୋରାରେ ପୋଲିସ ଏବଂ ସିଆର୍‌ପିଏଫ୍‌ ବାହିନୀ ଉପରେ ଆକ୍ରମଣ ହୋଇଥିବା କଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ କୁହାଯାଇଛି। ଆକ୍ରମଣ ପରେ ଏହି ଅଞ୍ଚଳରେ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନ୍‌ ଆରମ୍ଭ ହୋଇଛି।

Share