Categories: ଜାତୀୟ

ଶ୍ରୀନଗର ଲାଲ ଚୌକରେ ଆତଙ୍କବାଦୀ ଆକ୍ରମଣ, ଆହତ ଯବାନଙ୍କର ହସ୍ପିଟାଲରେ ହେଲା ମୃତ୍ୟୁ

ଜମ୍ମୁ,୪ ।୪: ଜମ୍ମୁ-କଶ୍ମୀରର ଶ୍ରୀନଗରସ୍ଥିତ ଲାଲ ଚୌକରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨ ଯବାନ ଆହତ ହୋଇଥିଲେ । ୨ ଆହତ ଯବାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଚିକିତ୍ସା ଚାଲୁଥିବା ସମୟରେ ଜଣେ ଯବାନ ଶହୀଦ ହୋଇଯାଇଛନ୍ତି । ବିସ୍ଫୋରଣ ଫଳରେ ସେଠାରେ ଥିବା ଗାଡି ନଷ୍ଟ ହୋଇଯାଇଥିବା କୁହାଯାଉଛି । ତେବେ ସୁରକ୍ଷାକର୍ମୀ ଉକ୍ତ ଅଞ୍ଚଳକୁ ଘେରି ରହି ଆତଙ୍କବାଦୀଙ୍କ ତଲାସି ଅଭିଯାନ ଜାରି ରଖିଛନ୍ତି ।

Share