ପ୍ରଧାନମନ୍ତ୍ରୀଙ୍କ ରାଲି ଉପରେ ଆତଙ୍କବାଦୀ ଆକ୍ରମଣ: ୧୫ ମୃତ

ମୋଗାଦିସୁ,୧୯।୧୨: ସୋମାଲିଆରେ ନୂଆ ପ୍ରଧାନମନ୍ତ୍ରୀ ମହମ୍ମଦ ହୁସେନ ରୋବେଲଙ୍କ ରାଲି ଉପରେ ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଘଟଣାରେ ରୋବେଲ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ତେବେ ଏଥିରେ ୧୫ ଜଣଙ୍କ ମୃତ୍ୟୁ ଘଟିଛି। ପ୍ରଧାନମନ୍ତ୍ରୀ ଏକ ଷ୍ଟାଡ଼ିୟମ୍‌ରେ କାର୍ଯ୍ୟକ୍ରମରେ ଯୋଗଦେବାର ଥିଲା। ସେ ସେଠାରେ ପହଞ୍ଚିବାର କିଛି ସମୟ ପୂର୍ବରୁ ଷ୍ଟାଡ଼ିୟମ୍‌ର ପ୍ରବେଶ ଦ୍ୱାରରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିଲା। କେତେକ ଲୋକ ଏଥିରେ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କମଧ୍ୟରେ ସେନାର କେତେଜଣ ବରିଷ୍ଠ ଅଧିକାରୀ ଥିବା କୁହାଯାଉଛି। ଅଲ୍‌-ଶବାବ୍‌ ଜେହାଦୀ ସଂଗଠନ ଏହି ଆକ୍ରମଣ କରିଥିବା ଘୋଷଣା କରିଛି।

Share