ଟୋଲ୍‌ ପ୍ଲାଜାରେ ଆତଙ୍କବାଦୀ ଆକ୍ରମଣ: ୩ ପୋଲିସ କର୍ମଚାରୀଙ୍କ ସମେତ ୪ ମୃତ

ଇସଲାମାବାଦ,୧୦ା୧: ବୁଧବାର ଆତଙ୍କବାଦୀମାନେ ପାକିସ୍ତାନର ପଖତୁନଖଓ୍ବା ପ୍ରଦେଶରେ ଏକ ଟୋଲ୍‌ ପ୍ଲାଜା ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୩ ଜଣ ପୋଲିସ କର୍ମଚାରୀଙ୍କ ସମେତ ଅତି କମ୍‌ରେ ୪ ଜଣଙ୍କ ପ୍ରାଣହାନି ଘଟିଛି। ଆଜି ସକାଳେ ପାକିସ୍ତାନର ପଖତୁନଖଓ୍ବା ପ୍ରଦେଶର କୋହାଟ ଜିଲାର ଲାଚି ଟୋଲ ପ୍ଲାଜାରେ ଅଜ୍ଞାତ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ।

ଏହାପୂର୍ବରୁ ରବିବାର ଖାଇବର-ପଖତୁନଖଓ୍ବା ପ୍ରଦେଶରେ ଅଜ୍ଞାତ ବନ୍ଧୁକଧାରୀ ଦୁଇଟି ଗାଡ଼ି ଉପରକୁ ଗୁଳି ଚଳାଇଥିଲେ। ଏହି ଆକ୍ରମଣରେ ଅତି କମ୍‌ରେ ୪ ଜଣ ପ୍ରାଣ ହରାଇଥିବା ବେଳେ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି। ଜିଲା ପୋଲିସ ଅଧିକାରୀ (ଡିପିଓ) ମହମ୍ମଦ ଇମ୍ରାନ କହିଛନ୍ତି ଯେ, ସ୍ବୟଂଚାଳିତ ଅସ୍ତ୍ରରେ ସଜ୍ଜିତ ଆକ୍ରମଣକାରୀମାନେ ପାରାଚିନାରରୁ ପେଶାଓ୍ବାର ଅଭିମୁଖେ ଦୁଇଟି ଯାନକୁ ଟାର୍ଗେଟ କରିଥିଲେ।

Share