Categories: ଜାତୀୟ

ସିଆର୍‌ପିଏଫ୍‌ ଟିମ୍‌ ଉପରେ ଆତଙ୍କବାଦୀ ଆକ୍ରମଣ: ଜଣେ ଯବାନ ଶହୀଦ

ଶ୍ରୀନଗର,୧୯।୮: ଆତଙ୍କବାଦୀମାନେ ସୋମବାର ଜମ୍ମୁ କଶ୍ମୀରର ଉଧମପୁରରେ ଏକ ସିଆର୍‌ପିଏଫ୍‌ ଦଳ ଉପରେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ଜଣେ ଇନ୍ସପେକ୍ଟର ଶହୀଦ ହୋଛନ୍ତି। ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ଘେରି ରହିଛନ୍ତି। ବର୍ତ୍ତମାନ ଉଭୟ ପାର୍ଶ୍ୱରୁ ଗୁଳି ବିନିମୟ ଚାଲିଛି।
ଜଣେ ଅଧିକାରୀ କହିଛନ୍ତି, ଉଧମପୁରର ରାମନଗରର ଚେଲ ଅଞ୍ଚଳରେ ସିଆର୍‌ପିଏଫ୍‌ର ନିୟମିତ ପାଟ୍ରୋଲିଂ ବେଳେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ଏଥିରେ ଜଣେ ସିଆର୍‌ପିଏଫ୍‌ ଇନ୍ସପେକ୍ଟର ଶହୀଦ୍‌ ହୋଇଥିଲେ। ଶହୀଦଙ୍କ ନାଁ କୁଲଦୀପ ବୋଲି ଜଣାପଡିଛି।
ଏହାପୂର୍ବରୁ ଅଗଷ୍ଟ ୭ରେ ମଧ୍ୟ ଉଧମପୁରର ବସନ୍ତଗଡ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ତେବେ ଖରାପ ପାଗ ଏବଂ କୁହୁଡ଼ିର ସୁଯୋଗ ନେଇ ଆତଙ୍କବାଦୀମାନେ ଖସିଯିବାରେ ସଫଳ ହୋଇଥିଲେ।

Share