ଆତଙ୍କବାଦୀ ଆକ୍ରମଣ: ଜଣେ ପୋଲିସ ଅଧିକାରୀ ମୃତ

ତେହରାନ,୮ା୭: ଆତଙ୍କବାଦୀଙ୍କ ଏକ ଗୋଷ୍ଠୀ ଦକ୍ଷିଣ ପୂର୍ବ ଇରାନର ଏକ ପୋଲିସ ଷ୍ଟେଶନରେ ଆତ୍ମଘାତୀ ଆକ୍ରମଣ କରି ଜଣେ ଅଧିକାରୀଙ୍କୁ ହତ୍ୟା କରିଥିବା ଶନିବାର ସୂଚନା ମିଳିଛି।

ଦେଶର ରାଜଧାନୀ ତେହେରାନଠାରୁ ପ୍ରାୟ ୫୦୦ କିଲୋମିଟର ଦୂରରେ ଥିବା ଇରାନର ସିଷ୍ଟାନ ଏବଂ ବାଲୁଚିସ୍ତାନ ପ୍ରଦେଶର ଜାହେଦାନରେ ଏକ ସଶସ୍ତ୍ର ଗୋଷ୍ଠୀ ଥାନା ଉପରେ ଆକ୍ରମଣ କରି ଜଣେ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଛି।

Share