ପାକିସ୍ତାନ ସେନା ଉପରେ ଆତଙ୍କବାଦୀ ଆକ୍ରମଣ

ଲାହୋର, ୨୧।୬: ଆତଙ୍କବାଦୀଙ୍କୁ ପ୍ରଶୟ ଦେଇ ଏବେ ପରିଣାମ ଭୋଗିଛି ପାକିସ୍ତାନ । ନିଜେ ହୋଇଛି ଆତଙ୍କବାଦୀଙ୍କ ଶିକାର । ପାକିସ୍ତାନ ସେନା ଉପରେ ଶୁକ୍ରବାର ଏକ ବଡ଼ ଧରଣର ଆକ୍ରମଣ ହୋଇଛି । ଫଳରେ ୪ ଯବାନ ପ୍ରାଣ ହରାଇଛନ୍ତି । ଆତଙ୍କବାଦୀମାନେ ବୋମା ପକାଇ ସେନାର ଏକ ଗାଡ଼ିକୁ ଉଡ଼ାଇ ଦେଇଛନ୍ତି । ଏଥିସହିତ ଗାଡ଼ି ଉପରକୁ ଗୁଳି ମଧ୍ୟ ଚଳାଇଥିବା ଜଣାପଡ଼ିଛି ।

Share