ଆତଙ୍କବାଦୀଙ୍କ ଆକ୍ରମଣରେ ପାକିସ୍ତାନର ୧୨ଯବାନ ଶହୀଦ

ଇସଲାମବାଦ,୧୩।୭: ପାକିସ୍ତାନର ସୁରକ୍ଷାକର୍ମୀ ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇଛନ୍ତି। ବାଲୁଚିସ୍ତାନର ସୁଇ ଜିଲାରେ ପାକିସ୍ତାନୀ ସୈନିିକଙ୍କ ଉପରେ ଆକ୍ରମଣ କରିଛନ୍ତି ଆତଙ୍କବାଦୀ। ଆତଙ୍କବାଦୀ ଆକ୍ରମଣରେ ତିନିଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ଘଟିଛି।

ପାକିସ୍ତାନ ଗଣମାଧ୍ୟମ ଅନୁଯାୟୀ, ସୁରକ୍ଷା କର୍ମୀ ଏବଂ ଆତଙ୍କବାଦୀଙ୍କ ମୁହାଁମୁହିଁ ମଧ୍ୟରେ ଦୁଇ ଆତଙ୍କବାଦୀ ମଧ୍ୟ ନିହତ ହୋଇଛନ୍ତି।
ସେହିପରି ଝାବର ତଡକେ ଚୌକିରେ ଆତଙ୍କବାଦୀଙ୍କ ଗୁଳିରେ ୯ଯବାନ ଶହୀଦ ହୋଇଛନ୍ତି।

Share