Categories: ଜାତୀୟ

ଡ୍ରୋନ୍‌ ଦ୍ୱାରା ହୋଇଛି ଆତଙ୍କବାଦୀ ଆକ୍ରମଣ, ସୂଚନା ଦେଲେ ଜମ୍ମୁ-କଶ୍ମୀର ଡିଜିପି…

ଶ୍ରୀନଗର,୨୭।୬: ଜମ୍ମୁ-କଶ୍ମୀରର ଏୟାରଫୋର୍ସ ଷ୍ଟେଶନରେ ଶନିବାର-ରବିବାର ବିଳମ୍ବିତ ରାତ୍ରରେ ହୋଇଥିବା ବିସ୍ଫୋରଣରେ ଆତଙ୍କବାଦୀଙ୍କ ହାତ ରହିଛି। ଏସମ୍ପର୍କରେ ଜମ୍ମୁ-କଶ୍ମୀର ଡିଜିପି ଦିଲ୍‌ ବାଗ୍‌ ସିଂ ସୂଚନା ଦେଇଛନ୍ତି। ଏହି ଆକ୍ରମଣ ସୀମାପାର ଆତଙ୍କବାଦୀ ସଂଗଠନ ଦ୍ୱାରା ହୋଇଛି। ଡ୍ରୋନ୍‌ ଦ୍ୱାରା ଆଇଇଡି ବିସ୍ଫୋରଣ କରାଯାଇଛି। ଆତଙ୍କବାଦୀ ସଂଗଠନ ଯୋଜନାବଦ୍ଧ ଭାବେ ଷଡ଼ଯନ୍ତ୍ର ରଚିଥିବା ସେ କହିଛନ୍ତି। ଏହି ମାମଲାରେ ୨ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରା ଉଚରା କରାଯାଉଛି। ବୋମା ନିଷ୍କ୍ରିୟକାରୀ ଦଳ ଏବଂ ଫେରୋନସିକ୍‌ ଟିମ୍‌ ପହଞ୍ଚି ପରୀକ୍ଷା ନିରୀକ୍ଷା କରୁଛନ୍ତି। ଏହି ଘଟଣାର ତଦନ୍ତ ଏନ୍‌ଆଇଏ ଏବଂ ଏନ୍‌ଏସ୍‌ଜି ଟିମ୍‌ ପକ୍ଷରୁ ଜାରି ରହିଥିବା ସେ ସୂଚନା ଦେଇଛନ୍ତି।

Share